ସାଲେପୁର,୩୧/୧୦/୨୦୨୬(ଓଡିଶା ସମାଚାର /ଅଭୟ ଜେନା)-ଜପକୁଦ ବଜାର ଗ୍ୟାସ ଲିକ ଅଗ୍ନିକାଣ୍ଡ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅମର ଆତ୍ମାଙ୍କ ସଦଗତି ପାଇଁ ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ଉଦେଶ୍ୟ ରେ ଆଜି ଜପକୁଦ ବଜାର କମିଟି ଦ୍ୱାରା ଏକ ଶ୍ରଦ୍ଧାଞ୍ଜଳି ସଭା ଜପକୁଦ ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବଜାର କମିଟି ସଭାପତି ବିଭୁତିଭୂଷଣ ଭାନୁପ୍ରକାଶ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସ୍ମୃତି ସଭା ରେ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇ ସ୍ମୃତି ଚାରଣ କରିବା ସହ ମୃତ୍ୟୁ ବରଣ କରିଥିବା ତିନି ଜଣଙ୍କ ପରିବାର କୁ ନିଜସ୍ୱ ପାଣ୍ଠି ରୁ ପନ୍ଦର ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।ଏହି ସଭା ରେ ସମାଜସେବୀ ନାରାୟଣ ପତି, କଟରପା ସରପଞ୍ଚ ରଞ୍ଜନ ରାଉଳ, ସମିତି ସଭ୍ୟ ଗୟାଧର ମଳିକ, ବଜାର କମିଟି ସମ୍ପାଦକ ଧୀରେନ୍ଦ୍ର ମିଶ୍ର, ସହ ସମ୍ପାଦକ ଦେବାଶିଷ ପ୍ରଧାନ, ଉପସଭାପତି ଲକ୍ଷ୍ମୀଧର ନାୟକ, ସମାଜ ସେବୀ ପ୍ରଦୀପ୍ତ କୁମାର ଦାସ, ରାମକୃର୍ଷ୍ଣପୁର ସମିତି ସଭ୍ୟ ସୁଧୀର ପ୍ରଧାନ ପ୍ରମୁଖ ଯୋଗ ଦେଇ ଅମର ଆତ୍ମା ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ବଜାର କମିଟି ର କାର୍ୟ୍ୟକାରୀ ସଦସ୍ୟ ତ୍ରିଲୋଚନ ମିଶ୍ର, ମାନସ ନାୟକ,ରଶ୍ମି ରଞ୍ଜନ ନନ୍ଦ,ବିଜୟ କୁମାର ସେଠି, ଲଲାତେନ୍ଦୁ ନାୟକ, କୋଷାଧ୍ୟକ୍ଷ ଅଛୁତାନନ୍ଦ ଶତପଥୀ,ଲଳିତ କୁମାର ବେହେରା, ସୌମ୍ୟ ରଞ୍ଜନ ବାରିକ, ହେମନ୍ତ ଭୂଷଣ ପରିଡା, ପ୍ରମୋଦ କୁମାର ନନ୍ଦ, ଜଗନ୍ନାଥ ସ୍ୱାଇଁ ଭୁବନା ନନ୍ଦ ବେହେରା ଓ ଜପକୁଦ ବଜାର ର ସମସ୍ତ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ।
ଜପକୁଦ ଗ୍ୟାସ ଲିକ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ବିଧାୟକ ଙ୍କ ସହାୟତା ରାଶି ପ୍ରଦାନ
