ନିରାକାରପୁର, ୧୧/୬/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ପ୍ରମୁଖ ନିରାକାରପୁର ରେଳ ଷ୍ଟେସନରେ ବିଭିନ୍ନ ଦାବି ନେଇ କ୍ରିୟାନୁଷ୍ଠାନ କମିଟି ତରଫରୁ ୩ ମାସ ତଳେ ଗଣଧାରଣା ଦିଆଯାଇଥିଲା । ଏହି ଦାବି ଗୁଡ଼ିକ ମଧ୍ୟରେ ଷ୍ଟେସନ ଉଭୟ ପାର୍ଶ୍ଵରେ ଆଲୋକୀକରଣ ବ୍ୟବସ୍ଥା କରିବା, ଟିକେଟ ଯାଞ୍ଚ କରିବା , ଷ୍ଟେସନରେ ଚାଲିଥିବା ଉନ୍ନତି ମୂଳକ କାର୍ଯ୍ୟ ର ତଦାରଖ କରିବା ଓ ୪ ନଂ ପ୍ଲାଟଫର୍ମରେ ଟିକେଟ କାଉଣ୍ଟର ପାଇଁ ପ୍ରଥମେ ଟିକେଟ ବିକ୍ରି ଉପରେ ଗୁରୁତ୍ବ ଦେବା ପରେ ତା ଉପରେ ପଦକ୍ଷେପ ନିଆଯିବ ଓ ଅନ୍ୟ ଏକ୍ସପ୍ରେସ ଟ୍ରେନ ରହଣୀ ଉପରେ ଷ୍ଟେସନ ରେଳ ରାଜସ୍ବ ଉପରେ ନିର୍ଭର କରୁଛି ।ଏହାକୁ ଦେଖି ପରେ ତାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏ ନେଇ ଷ୍ଟେସନ ମାଷ୍ଟର ଏକ ଲିଖିତ ପ୍ରତିଶ୍ରୁତି ଧାରଣାରତ କ୍ରିୟାନୁଷ୍ଠାନ କମିଟି କୁ ପ୍ରଦାନ କରିଥିଲେ। ଏହା ପରେ ଷ୍ଟେସନ ରୋଡରେ ଆଲୋକୀକରଣ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମୁୁଦାୟ ୧୭ ଟି ଷ୍ଟ୍ରିଟ ଲାଇଟ ଲଗାଯିବା ପାଇଁ ୧୭ ଟି ଗାତ ଖୋଳା ଯାଇଥିଲା କିନ୍ତୁ ସଂପୃକ୍ତ ଠିକାଦାର ଷ୍ଟେସନ ପଟୁ ମାତ୍ର ୭ ଟି ଷ୍ଟ୍ରିଟ ଲାଇଟ ଲାଗିଥିବାବେଳେ ସେଥିରୁ ଗୋଟିଏ ପ୍ରଥମ ଦିନରୁ ହିଁ ଜଳୁନାହିଁ। ଆଉ ଗୋଟିଏ ଭାଙ୍ଗି ତଳକୁ ଝୁଲି ଅଛି। ଆଉ ଅନ୍ୟ ଗାତ ଗୁଡ଼ିକ ସେମିତି ପଡ଼ି ରହିଥିବାବେଳେ ସଂପୃକ୍ତ ଠିକାଦାର ଙ୍କ ଦେଖା ଦର୍ଶନ ନାହିଁ। କଥା ଉଠେ କେବଳ ଲୋକଦେଖାଣିଆ ଭାବେ କିଛି ଅଂଶ କାର୍ଯ୍ୟ କରି ଉଭାନ ହୋଇଥିବା ଠିକାଦାର ରେଳ ବିଭାଗ ର ନିର୍ଦ୍ଦେଶରେ କେବେ ବାକି ଥିବା କାର୍ଯ୍ୟ ଆରମ୍ଭ କରୁଛି ତାହା ଦେଖିବାକୁ ବାକି ରହିଲା।