କଟକ ସଦର,୧୧/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସବୁ କଳଵଳ ଵ୍ୟଵ୍ୟସ୍ଥା ସତ୍ୱେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନରେ ମାହାଙ୍ଗା ସ୍ୱ।ଧିନ ବିଧାୟକ ଶାରଦା ପ୍ରଧାନ ଙ୍କ ମନୋନୀତ ପ୍ରାର୍ଥୀ କଟକ ସଦର ବିଜେପି ବିଧାୟକ ପ୍ରକାଶ ସେଠୀଙ୍କ ମନୋନୀତ ପ୍ରାର୍ଥୀ ଙ୍କୁ ହରାଇ ବାଜିମାତ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରକାଶ ଯେ କିଛି ଦିନ ତଳେ ପୂର୍ବତନ ଉପାଧ୍ୟକ୍ଷ ଅଶୋକ କୁମାର୍ ଓଝା ଇସ୍ତଫା ଦେବା ଫଳରେ ଉକ୍ତ ଆସନ ପାଇଁ ଆଜି ଶୁକ୍ରବାର ଦିନ ନିର୍ବାଚନ ହୋଇଥିଲା।
ଏଥିରେ ବିଧାୟକ ଶାରଦା ପ୍ରଧାନଙ୍କ ମନୋନୀତ ପ୍ରାର୍ଥୀ ତଥା ଫୋଗଳ ପଞ୍ଚାୟତ ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଧାୟକ ପ୍ରକାଶ ସେଠୀ ଙ୍କ ମନୋନୀତ ତଥା ବିଜେପି ସମର୍ଥିତ ମହମ୍ମଦପୁର ସମିତି ସଭ୍ୟ ରଞ୍ଜନ ପାତ୍ର ଙ୍କ ଠାରୁ ଅଧିକ ୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ଜଣାପଡିଛି। ରଞ୍ଜନ ପାତ୍ର ୧୬ ଖଣ୍ଡ ଭୋଟ ପାଇଥିବା ବେଳେ ନୃସିଂହ ମିଶ୍ର ୨୪ ଖଣ୍ଡ ଭୋଟ ପାଇଛନ୍ତି। ଏଥିରେ କଟକ ସଦର ଵାଵୁଜଙ୍ଗ ପଞ୍ଚାୟତ ସମିତି ସଭ୍ୟ ଅଭୟ ଲେଙ୍କା ଭୋଟ ଦାନରୁ ବିରତ ରହିଥିବା ଜଣାଯାଇଛି।