ମୁଖ୍ୟ ଶାସନସଚିବଙ୍କ ଜିଲ୍ଲାପାଳ ଙ୍କସହ ବୈଠକ

ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର,୧୮/୦୨/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନସଚିବ ଶ୍ରୀମତୀ ଅନୁଗର୍ଗ ଗତକାଲି ମଙ୍ଗଳବାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତିବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ ଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନସଚିବ ଓ କମିଶନର ତଥା ଶାସନ ସଚିବମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟ ସଂପର୍କିତ ଆଲୋଚନା ସମୟରେ ଉପସ୍ଥିତ ଥିଲେସମସ୍ତ ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ

          ବୈଠକରେ ବିଭିନ୍ନ ବର୍ଷରେ ମଞ୍ଜୁର କରାଯାଇଥିବା ବିଧାୟକ ସ୍ଥାନୀୟ ଆଂଚଳିକ ବିକାଶ ପାଣ୍ଠି(ଏମ୍ଏଲଏଲାଡ୍ସ), ସାଂସଦ ଆଂଚଳିକ ବିକାଶ ପାଣ୍ଠି (ଏମ୍ପିଲାଡ୍ସ), “ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାଆଦି ଯୋଜନା କାର୍ଯ୍ୟକ୍ରମରେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରିତା ପାଇଁ ହୋଇଥିବା ଅର୍ଥ ମଂଜୁର ଏବଂ କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲାଅସମ୍ପୂର୍ଣ୍ଣ ଥିବା ପ୍ରକଳ୍ପ ଗୁଡ଼ିକୁ ସମୟ ସୀମାମଧ୍ୟରେ ଶେଷ କରିବା, କାମ ଆରମ୍ଭ ହୋଇନଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଆରମ୍ଭ କରିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ବୈଠକରେ ଲଘୁ ଖଣିଜ ପଦାର୍ଥର ପରିଚାଳନାରେ ରହୁଥିବା ସମସ୍ୟା ଓ ସମାଧାନ ସଂପର୍କରେ ଉନ୍ନୟନ କମିଶନର ତଥା ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନସଚିବ ଶ୍ରୀ ସିଂ ଆଲୋଚନା କରିଥିଲେଜିଲ୍ଲାସ୍ତରରେ ଖଣିଜ ସଂପଦର ଚିହ୍ନଟ ଓ ପରିଚାଳନା ପାଇଁ ଜିଲ୍ଲା ସର୍ବେକ୍ଷଣ ବିବରଣୀ(ଡିଏସଆର)ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଯେଉଁ ଜିଲ୍ଲା ଗୁଡ଼ିକ ଏପର୍ଯ୍ୟନ୍ତ ଏହା ପ୍ରଦାନ କରିନାହାନ୍ତି, ଶୀଘ୍ର ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା

          ବିଭିନ୍ନ ଜିଲ୍ଲାରେ ବିମାନ ବନ୍ଦର, ହେଲିପୋର୍ଟ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରିତା ନେଇ  ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ଓ ପ୍ରତିପୂରକ ବନୀକରଣ ବ୍ୟବସ୍ଥା ସଂପର୍କରେ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା କରାଯାଇଥିଲା ସଂପର୍କରେ ବାଣିଜ୍ୟ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଏନବିଏସ୍ ରାଜପୁତ ଯୋଗଦେଇ ଆଲୋଚନା କରିଥିଲେ   ରାଜ୍ୟରେ ଯେଉଁ ଜିଲ୍ଲାର ଅବକାରୀ ବିଭାଗର ଜିଲ୍ଲା କାର୍ଯ୍ୟାଳୟ, ଅବକାରୀ ଷ୍ଟେସନ, ଜିଲ୍ଲା ମୋବାଇଲ ୟୁନିଟ ଓ ରେଞ୍ଜ କାର୍ଯ୍ୟାଳୟ ଆଦି ପାଇଁ ସୁବିଧା ନାହିଁ, ସେଥିପାଇଁ ଅବକାରୀ ବିଭାଗକୁ ଉପଯୁକ୍ତସ୍ଥାନ ଚିହ୍ନଟ ସଂପର୍କରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛିବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଉପସ୍ଥିତ ରହି ସଂପର୍କରେ ତଥ୍ୟ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି

          ବୈଠକରେ ପାନୀୟ ଜଳ ଯୋଗାଣ ପରିମଳ ବିଭାଗ କମିଶନର ତଥା ଶାସନସଚିବ ଶ୍ରୀ ଗିରୀଶ ଏସ୍ଏନ୍ ଏବଂ ବିଭାଗର ନିର୍ଦ୍ଦେଶକ ଶ୍ରୀ ବିନୀତ ଭରଦ୍ୱାଜ ଙ୍କ ଉପସ୍ଥିତିରେ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରାଯାଇଥିଲାନିର୍ମାଣାଧିନ ମେଗା ପାନୀୟଜଳ ପ୍ରକଳ୍ପ ଗୁଡ଼ିକର ସଦ୍ୟତନ ସ୍ଥିତି, ଆନ୍ତଃ ବିଭାଗୀୟ ସମନ୍ୱୟରେ ରହୁଥିବା ସମସ୍ୟାର ସମାଧାନ କରି  ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା  ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଥିଲାଏଥିନେଇ ରହୁଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସାରିବା, ପ୍ରକଳ୍ପ ଗୁଡ଼ିକ ପାଇଁ ବିଦ୍ୟୁତଶକ୍ତି ଯୋଗାଣ ସୁବିଧା କରି ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ପରାମର୍ଶ ଦିଆଯାଇଥିଲାରାଜ୍ୟରେ ଏକକ ଗ୍ରା ମପାନୀୟ ଜଳ ପ୍ରକଳ୍ପ ଓ ସୌରଶକ୍ତି ଚାଳିତ ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକ ମାର୍ଚ୍ଚ୨୦୨୬ସୁଦ୍ଧା ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୈଠକରେ ଯୋଜନା ସଂଯୋଜନ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ

-0-

ପଠାଣି ରାଉତ ,ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *