ବାଲିସାହି ହନୁମାନ ମନ୍ଦିର ରେ   ଶ୍ରୀ ରାମଚରିତ ମାନସ କାର୍ଯ୍ୟକ୍ରମ 

ସାଲେପୁର, ୧୬/୦୨/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )-ବାଲିସାହି ପଞ୍ଚାୟତ ରାଘବପୁର ଠାରେ ଶ୍ରୀରାମଚରିତ ମାନସ ସମିତି, ମାରୁତି ଭବନ ଆନୁକୂଲ୍ୟରେ ଶ୍ରୀରାମଚରିତ ମାନସ ନବାନ୍ନ ପାରାୟଣ ଓ ପ୍ରବଚନ ମହାଯଜ୍ଞ ର ୪୭ତମ ବାର୍ଷିକ ଅଧିବେଶନ ଏବଂ ବିଂଶତମ ବାର୍ଷିକ ଶ୍ରୀରାମ ବିଷ୍ଣୁ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ବାଲିସାହି ର ରାଘବପୁର ସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ୯ ଦିନଧରି ଶ୍ରୀରାମଚରିତ ମାନସ ପାରାୟଣ  ପାଠ କରାଯାଉଛି ।  ୧୯ ତାରିଖ ଠାରୁ ଶ୍ରୀରାମ ବିଷ୍ଣୁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ଅନୁଷ୍ଠିତ ଏହି ମହାଯଜ୍ଞ ୨୩ତାରିଖରେ ପୂର୍ଣାହୁତି ହେବେ । ପ୍ରତେକ ଦିନ ମଧ୍ୟାହ୍ନ ରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିବାବେଳେ ସନ୍ଧ୍ୟାରେ ରାମକଥା  ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବ୍ୟାସ ପଣ୍ଡିତ ରବିନାରାୟଣ ଦାଶ ଏବଂ ଧାରକ ବୃନ୍ଦ ଙ୍କ ଦ୍ଵାରା ପରାୟଣ ପାଠ  କରାଯାଉଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *