ତହସିଲ ସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ଼ରେ ଉଇସଡମ ସ୍କୁଲର ସଫଳତା, ସ୍କୁଲରେ ସେଲିବ୍ରେସନ୍

କଟକ ସଦର, ୧୭/୦୮/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁର ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ‘ଉଇସଡମ୍ ପବ୍ଲିକ ସ୍କୁଲ’ ଚଳିତ ବର୍ଷ କିଶନନଗର ଠାରେ ଅନୁଷ୍ଠିତ ତହସିଲ ସ୍ତରୀୟ ସ୍ୱାଧୀନତା ଦିବସ ପ୍ୟାରେଡ଼ରେ ଅପୂର୍ବ ସଫଳତା ହାସଲ କରିଛନ୍ତି। ପ୍ୟାରେଡରେ ୨୨ ଗୋଟି ସ୍କୁଲର ୩୫ ଟି ଗୃପ ଅଂଶଗ୍ରହଣ କରିଥିବାବେଳେ ଉଇସଡମ ସ୍କୁଲର ତିନୋଟି ଗୃପ ଅଂଶଗ୍ରହଣ କରି ଦୁଇଟି ଗୃପ ପ୍ରଥମ ଓ ଗୋଟିଏ ଗୃପ ତୃତୀୟ ସ୍ଥାନ ଅଧିକାର କରି ସ୍କୁଲ ପାଇଁ ଗୌରଵ ଆଣିଛନ୍ତି।

ଏଥିପାଇଁ ସ୍କୁଲର ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଅଭିଭାଵିକା ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସୋମବାର ଦିନ ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ବାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ଡ଼ଃ ପ୍ରିତମ ଚୌଧୁରୀ ଙ୍କ ପରିଚାଳନାରେ ସ୍କୁଲରେ ସେଲିବ୍ରେସନ୍ ପାଳନ କରାଯାଇ ପିଲାମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ୍ ବଣ୍ଟନ କରାଯାଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି ।

Leave a Reply

Your email address will not be published. Required fields are marked *