ଭୁବନ,୧୫/୧୦/୨୦୨୬(ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ର ତୃତୀୟ ବୈଠକ ସଭାପତି ମାୟାଧର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ପ୍ରଥମ ସମାପ୍ତି ସୂଚକ ଆକଳନ ର ଫଳାଫଳ,ଛାତ୍ରଛାତ୍ରୀମାନଙ୍କର ନିୟମିତ ଉପସ୍ଥାନ,ବାଳ ଶ୍ରମିକ ନିରାକରଣ, ବିଦ୍ୟାଳୟ ସ୍ବଚ୍ଛତା, ବିଦ୍ୟାଳୟ ବିକାଶ ସମ୍ପର୍କରେ ଅବିଭାବକ ଅବିଭାବିକାମାନଙ୍କୁ ସୂଚନା ଦେଇଥିଲେ। ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ।
