କେନ୍ଦ୍ରାପଡ଼ା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲିଲା

ଆସନ୍ତା ୬ ତାରିଖରୁ ନାମଲେଖା ପ୍ରକ୍ରୀୟା
କେନ୍ଦ୍ରାପଡ଼ା, ୩୦/୮/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ଉପକଣ୍ଠର ଗୁଆଳସିଂ ମୌଜାରେ ଅବସ୍ଥିତ କେନ୍ଦ୍ରାପଡ଼ା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ କଳା ବିଭାଗରେ ଗତ ୧୯୮୮ ମସିହାରୁ ଶିକ୍ଷାଦାନ କରି ଆସୁଥିବା ବେଳେ ଗତ୧୯୯୭ ମସିହାରେ +୩ କଳା ବିଭାଗ ଖୋଲାଯାଇ ଶିକ୍ଷାଦାନ କରାଯାଇଆସୁଛି । ଦୀର୍ଘଦିନ ଧରି ଏଠାରେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯିବାକୁ ଦାବି ହୋଇଆସୁଥିଲେ ମଧ୍ୟ ଏ ଦିଗରେ ଯଥାଯଥ ଉଦ୍ୟମ ହୋଇନଥିଲା । ଗତବର୍ଷ ଏପ୍ରିଲ ୧ ତାରିଖରେ ବର୍ତମାନର ଅଧ୍ୟକ୍ଷ ଦୀଲ୍ଲିପ କୁମାର ମହାନ୍ତି ଦାୟିତ୍ୱ ନେବା ପରେ ଗତ ନଭେମ୍ବର ମାସରେ ବିଧିବଦ୍ଧ +୨ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯିବା ପାଇଁ ସରକାରଙ୍କୁ ଆବେଦନ କରାଯାଇଥିଲା । ଗତ ଜୁନ୍ ୨୪ ତାରିଖରେ ସରକାରଙ୍କ ଉଚ୍ଚ ମାଧ୍ୟମିକ ନିର୍ଦ୍ଧେଶାଳୟର ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କଲେଜ ପକ୍ଷରୁ ହୋଇଥିବା ଆବେଦନକୁ ମଞ୍ଜୁର କରି +୨ ବିଜ୍ଞାନରେ ୧୨୮ ଓ +୨ ବାଣିଜ୍ୟରେ ୬୪ ଟି ଆସନକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଶିକ୍ଷାବର୍ଷର ପ୍ରଥମ ପର୍ଯ୍ୟାୟ ପାଇଁ ଏହା ବିଳମ୍ବିତ ହୋଇଥିବାରୁ ସରକାର ନିର୍ଦ୍ଧାରିତ କରିଥିବା ଆସନ୍ତା ସେପ୍ଟେମ୍ବରମାସ ୬ ତାରିଖରୁ ୧୩ ତାରିଖ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠାନରେ ନାମ ଲେଖା ପାଇଁ ଆବେଦନ କରାଯାଇ ପାରିବ । ଏହାର ସବିଶେଷ ବିବରଣୀ ସାମ୍ (ଏସ.ଏ.ଏମ.ଏସ.) ପୋଟାଲ ରେ ଉପଲବ୍ଧ ଅଛି । ଏହି ଖବର ଛାତ୍ରଛାତୀ ଓ ସ୍ଥାନୀୟ ଅଭିଭାବକଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିବାବେଳେ ବୁଦ୍ଧିଜୀବୀମାନେ ଏହାକୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *