ସୁନାପୁର୍, ୦୯/୦୨/୨୦୨୫ (ଓଡ଼ିଶା ସମାଚାର)- ସୁନାପୂର୍ ବେଳାଭୂମି ମୁକ୍ତ ଆକାଶ ତଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳର କବି ଲେଖକ ମାନଙ୍କୁ ନେ଼ଇ ଏକ ସାରସ୍ୱତ ସମାରୋହ ସହିତ ଯୁବକବି ବସନ୍ତ ବେହେରାଙ୍କ କବିତା ସଙ୍କଳନ “ମାଛ ଧରାଳି ର ଗୀତ” ପୁସ୍ତକ ଉନ୍ମୋଚିତ ହୋଇ ଯାଇଛି। ମୂଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟଏକାଡେ଼ମୀ ପୁରସ୍କାର ପ୍ରାପ୍ତ କବି ଶ୍ରୀ ବିପିନ ନାୟକ, ପ୍ରଫେସର ଇ.ରାଜ। ରାଓ, ବିଶିଷ୍ଟ କବି ବାଦଲ ମହାନ୍ତି, ବିଶିଷ୍ଟ କଥାକାର ,କାର୍ତୁନିଷ୍ଟ ଓ ବ୍ୟଙ୍ଗକର ଭବାନୀ ପାଟ୍ଟ ଯୋଶୀ ମଞ୍ଚ।ସୀନରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ଇଂ ଯାମିନିକାନ୍ତ ଦାସ ସଭାପତିତ୍ବ କରିଥିଲେ। କବି ବସନ୍ତ ବେହେରାଙ୍କ ସାରସ୍ୱତ ସାଧନା ଓ ପୁସ୍ତକ ରଚନା କ୍ଷେତ୍ରରେ ସମର୍ପଣ ଉପରେ ଆଲୋକପାତ କରିଥଲେ। ପେଶାରେ ଜଣେ ସରକାରୀ କର୍ମଚାରୀ ହୋଇଥିଲେ ହେଁ ସାହିତ୍ୟ ପ୍ରତି ଅନୁରାଗ ଅନ୍ୟ ଯୁବ ଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ ବୋଲି ଅନ୍ୟ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମନୋରଞ୍ଜନ ପାଣିଗ୍ରାହୀ, ହିମାଂଶୁ ପରିଡା, କେ. ଶ୍ୟାମବାବୁ ଦୋରା, ଅଞ୍ଜଳି ଦାଶ, ଭାଗ୍ୟଲକ୍ଷ୍ମୀ ମହାରଣା, ଶର୍ମିଷ୍ଠା ପାଣିଗ୍ରାହୀ, କେ ଜୟଶ୍ରୀ ଦୋରା, ମୋନାଲିସା ଦାସ୍, ସଂଘମିତ୍ରା ଦାସ୍, ଦୀପ୍ତି ମିତା ମହାପାତ୍ର, ସୁଶାନ୍ତ ଦାସ୍, ଭଗବାନ୍ ପଣ୍ଡା, ଅନୁପ କୁମାର ମିଶ୍ର, ସୁଶାନ୍ତ କର, ସୁଶାନ୍ତ ଦାଶ, ଗିରିଜା ଶଙ୍କର ଦାଶ, ଯୋଗେଶ୍ୱର ପଣ୍ଡା, ଡ଼. ବିଭୁତି ଭୂଷଣ ଚୌଧୁରୀ, ଭଗବାନ ତ୍ରିପାଠୀ, ଗଙ୍ଗାଧର ବେହେରା, ନଳିନୀକାନ୍ତ ଗୌଡ଼, ବିଭୂଧେନ୍ଦ୍ର ପାଢ଼ୀ, ମୀନକେତନ ବେହେରା, ଶ୍ରୀବତ୍ସ ସାହୁ, ବାବୁଲା ସେଠି ପ୍ରମୁଖ ଯୋଗଦାନ କରି କବିତା ଉପରେ ଆଲୋଚନା କରିଥଲେ।
କାର୍ଯ୍ୟକ୍ରମ ଆରମ୍ଭ ରୁ ସ୍ବସ୍ତି ସୁନ୍ଦର ସିଅ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥଲେ। ମୁଖ୍ୟ ଅତିଥି ତାଙ୍କ ଶାଣିତ ବକ୍ତବ୍ୟରେ କବିତା ଭାବ ଓ ଉଚ୍ଛ୍ଵାସର କଥା ଯାହା “ମାଛ ଧରାଳିର ଗୀତ ” ପୁସ୍ତକର ପ୍ରତ୍ୟେକ କବିତାରେ ପ୍ରତିଫଳିତ ହୋଇଛି । ପ୍ରଫେସର ରାଜା ରାଓ ନିଜ ବକ୍ତବ୍ୟରେ ହୃଦୟର କଥା କହେ ବୋଲି କହିଥିଲେ। ଇଂ ଯାମିନୀକାନ୍ତ ଦାସ ନିଜର ସଭାପତି ଅଭିଭାଷଣରେ କବିତା ଦୁଖଃର, ସୁଖର , ଆଶାର, ନୈରାଶ୍ୟର କଥା କହେ ଯାହାର ସଠିକ ଉପଯୋଗ କରିଛନ୍ତି କବି ବସନ୍ତ ବେହେରା । କବି ନିଜ ପୁସ୍ତକ ରଚନାର ସଫଳତା ନିଜ ବାପା ମାଆଙ୍କୁ ଉତ୍ସର୍ଗ କରିଥଲେ। ଏହିଭଳି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଥଲେ।
କବିତା ସଂକଳନ “ମାଛ ଧରାଳି ର ଗୀତ”, ଉନ୍ମୋଚନ
