ହୀରାକୁଦ ଡ୍ୟାମ୍‌ ର ୪ଟି ଗେଟ୍‌ ଖୋଲା

ସମ୍ବଲପୁର,୨୩/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍‌ ଖୋଲିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଉଥିବାରୁ ଶନିବାର ୪ଟି ଗେଟ୍‌ ଖୋଲିଛି । ଡାହାଣ ପଟରୁ ଗୋଟିଏ ଓ ବାମ ପଟରୁ ୩ଟି ଗେଟ୍‌ ଖୋଲା ଯାଇଛି ।

ଏବେ ମହାନଦୀ ଭିତରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଡ୍ୟାମ୍‌ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୩ ହଜାର ୮୩୧ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ହୀରାକୁଦ ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍‌ । ବର୍ତ୍ତମାନ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୨୦.୧୦ ଫୁଟ ରହିଛି ।

Leave a Reply

Your email address will not be published. Required fields are marked *