ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ

ଯାଜପୁର, ୨୬/୧୧/୨୦୨୫ (ଓଡ଼ିଶା ସମାଚାର)-ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଙ୍କ  ଅଧ୍ୟକ୍ଷତା ରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ ଯୋଗଦେଇ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା, ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି, ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ସାଂସଦ ଡା. ବେହେରା ସମ୍ବିଧାନ ର ପ୍ରସ୍ତାବନା ପାଠ କରିଥିଲେ। , ଜିଲ୍ଲାପାଳ ଶ୍ରୀ କର କହିଲେ ,ସମ୍ବିଧାନ ହେଉଛି ଭାରତୀୟ ଗଣତନ୍ତ୍ର ର ଆତ୍ମା। ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଭୀମରାଓ ଆମ୍ବେଦକରଙ୍କ ଏହି କୃତୀ ଭାରତ କୁ ଏକ ସମ୍ପୂର୍ଣ ସମାଜବାଦୀ, ଧର୍ମନିରପେକ୍ଷ, ଲୋକତନ୍ତ୍ରତ୍ମକ ଗଣ ରାଜ୍ୟ ରେ ପରିଣତ କରାଇବା ସହ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର ପ୍ରଦାନ କରିବ। ଦେଶ ର ଅଖଣ୍ଡତା କୁ ସୁନିଶ୍ଚିତ କରି ଭାଇଚାରା ବଢ଼ାଇବ। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ରାଜ୍ୟସଭା ଶ୍ରୀମତୀ ସୁଲତା ଦେଓ, ବିଧାୟିକା ଯାଜପୁର ଶ୍ରୀମତୀ ସୁଜାତା ସାହୁ. ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଜେନା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ, ଶ୍ରୀ ମହାନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନିରଞ୍ଜନ ପଟ୍ଟନାୟକ  ଜିଲ୍ଲା ସ୍ତରୀୟ ଅଧିକାରୀ, ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ସମ୍ବିଧାନ ର ପ୍ରସ୍ତାବନା ପାଠ କରିଥିଲେ। ଏଥି ସହିତ ଜିଲ୍ଲା ର ସମସ୍ତ ବିଭାଗୀୟ କାର୍ଯ୍ୟାଳୟ, ବିଦ୍ୟାଳୟ ରେ ପ୍ରସ୍ତାବନା ପାଠ କରାଯାଇଥିଲା।

Leave a Reply

Your email address will not be published. Required fields are marked *