ପୁଣି ବିବାଦରେ କଟକର ଘରୋଇ ଚାଣକ୍ୟ ହସ୍ପିଟାଲ, ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ କନେଷ୍ଟବଳଙ୍କ ମୃତ୍ୟୁ ଅଭିଯୋଗ

କଟକ ସଦର,୧୪/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କମିଶନରେଟ ମାଲଗୋଦାମ ଥାନା ଅନ୍ତର୍ଗତ ରାଣୀହାଟ ଅଞ୍ଚଳର ଏକ ଘରୋଇ ଚାଣକ୍ୟ ହସ୍ପିଟାଲରୁ ଅଳ୍ପ କିଛିଦିନ ତଳେ ଜନୈକ କର୍ମଚାରୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହେବା ଏବଂ ଏହାକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଏବେ ଗତକାଲି ମଙ୍ଗଳବାର ରାତିରେ ଜନୈକ ପୋଲିସ କନଷ୍ଟେବଳଙ୍କର ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମୃତ୍ୟୁ ଘଟିଥିବା ଅଭିଯୋଗ ବିବାଦକୁ ଆହୁରି ବଢ଼ାଇଛି।

ପ୍ରକାଶ ଯେ ଭଦ୍ରକ ଜିଲ୍ଲା ତିହିଡି ଭାତପଡା ଅଞ୍ଚଳର ତଥା ଭଦ୍ରକ ଜିଲ୍ଲା ପୋଲିସରେ ଏପିଆର କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ରତିକାନ୍ତ ବାରିକ(୩୨) ଚାଣକ୍ୟ ହସ୍ପିଟାଲକୁ ଆସି ତୃଟିପୂର୍ଣ୍ଣ ଅସ୍ତ୍ରୋପଚାର ଓ ତୃଟିପୂର୍ଣ୍ଣ ଆନାସ୍ତେସିଆ ଡୋଜ୍ ଯୋଗୁଁ ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜବତ ଶବକୁ ଆଜି ପୋଲିସ ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *