ଜିଲ୍ଲାସ୍ତରୀୟ ବିଶ୍ୱ ଷ୍ଟ୍ରୋକ ଦିବସ ପାଳନ

 ଜଗତସିଂହପୁର ୨୯/୧୦/୨୦୨୪ (ଓଡ଼ିଶା ସମାଚାର)-ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ ବିଶ୍ୱ ଷ୍ଟ୍ରୋକ ଦିବସ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶତୃଘ୍ନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ପ୍ରତିବର୍ଷ ଅକ୍ଟୋବର ମାସ୨୯ତାରିଖରେ ଏହି ଦିବସ ପାଳିତ ହୋଇଥାଏ । ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରମୋଦ କୁମାର ବାରିକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଅଭିଭାଷଣରେ ଷ୍ଟ୍ରୋକର ଲକ୍ଷଣ ଯଥା : ହଠାତ ମୁଖର ମାଂସପେଶୀ ଦୁର୍ବଳ ହେବା କିମ୍ବା ଝିମଝିମ ଲାଗିବା, ହାତ ଓ ଗୋଡ ଦୁର୍ବଳ କିମ୍ବା ଅଳସ ଲାଗିବା, ମାଂସପେଶୀ ଟାଣ ହେଇଯିବା, ପାଟି ଖନିମାରିବା ବା କଥାବାର୍ତ୍ତା ନକରିପାରିବା, ଆଖିକି ଝାପସା ଦେଖାଯିବା ଓ ହଠାତ ଅସହ୍ୟ ମୁଣ୍ଡବ୍ୟଥା ହବା ଇତ୍ୟାଦି ବୋଲି ଅବଗତ କରାଇଥିଲେ । ଏପିଡେ଼ମିଓଲୋଜିଷ୍ଟ ଡାକ୍ତର ସ୍ମତିରଞ୍ଜନ ପଣ୍ଡା ପାୱାରପଏଂଟ ପ୍ରେଜେଣ୍ଟେସନ ମାଧ୍ୟମରେ ମସ୍ତିଷ୍କ ଆଘାତ ଦିବସ ପାଳନର ଆଭିମୁଖ୍ୟ ସଚେତନତାକୁ ବ୍ୟାପକ କରିବା ଯେପରି ମଧୁମେୟ ଓ ଉଚ୍ଚରକ୍ତଚାପ ନିୟଂତ୍ରଣ ରଖିବା, କମଲୁଣ ଓ ଅଧିକ ତନ୍ତୁ ଜାତୀୟ ଖାଦ୍ୟ ଖାଇବା, କମ ଚର୍ବି ଜାତୀୟ ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା, ଯୋଗ ଓ ପ୍ରାଣାୟାମ ଇତ୍ୟାଦି ଅଭ୍ୟାସ କରିବା ଉଚିତ । ଜନସାଧାରଣଙ୍କୁ ସଚେତନ କରିବା ଓ ଠିକ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ଧୁମ୍ରପାନ ଓ ମଦ୍ୟପାନରୁ ବିରତ ହେବାକୁ ପ୍ରବର୍ତ୍ତାଇବା ଇତ୍ୟାଦି ଅବଗତ କରାଇଥିଲେ । ମସ୍ତିସ୍କାଘାତର ମୁଖ୍ୟ କାରଣ ଯଥା ଉଚ୍ଚ ରକ୍ତଚାପ , କୋଲେଷ୍ଟ୍ରାଲ ମାତ୍ରାଧିକ , ମଧୁମେୟ ଧୁମ୍ରପାନ ଓ ମଦ୍ୟପାନ ,ମୋଟାପଣ, ଶାରୀରିକ ପରିଶ୍ରମ କମ କରୁଥିବା ବ୍ୟକ୍ତି, ଅତ୍ୟଧିକ ମାନସିକ ଚାପ ଇତ୍ୟାଦି ଅଟେ । ମସ୍ତିଷ୍କ ଆଘାତ ପ୍ରତିରୋଧ ନିମନ୍ତେ ନିୟମିତ ରକ୍ତଚାପ ଓ ମଧୁମେୟର ପରୀକ୍ଷା କରିବା ଓ ଚିକିତ୍ସା କରି ନିୟଂତ୍ରଣ ରଖିବା, ଏଥିସହ ତେଲମସଲା ଯୁକ୍ତ ଖାଦ୍ୟ, ମାଛମାଂସ ଇତ୍ୟାଦି ନିୟଂତ୍ରଣ କରିବା ସହ ଯୋଗାଭ୍ୟାସ ଦ୍ୱାରା ମାନସିକ ଚାପକୁ ନିୟଂତ୍ରଣ ରଖିପାରିଲେ ଏ ରୋଗକୁ ଏଡେଇ ହବ ବୋଲି ଅଭିଭାଷଣ ରଖିଥିଲେ  । ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଚକ୍ରଧର ଜେନା ନିଜ ଅଭିଭାଷଣରେ ଗୋଷ୍ଠୀସ୍ତରରେ ଆଶା ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଅଟେ ।ଏହି ରୋଗର ନିୟଂତ୍ରଣ ନିମନ୍ତେ ଖାଦ୍ୟପେୟ ସହ ନିଜ ଜୀବନ ଶୈଳୀର ପରିବର୍ତ୍ତନ ଆବଶ୍ୟକ । ଏଦିଗରେ ଜନସାଧାରଣଙ୍କୁ ସଚେତନ କରିବା ଆମ ସମସ୍ତଙ୍କ ଦାୟିତ୍ୱ । ଲକ୍ଷଣ ଦେଖି ଠିକ ସମୟରେ ଚିକିତ୍ସା କରାଇପାରିଲେ ଏହି କାରଣରୁ ହେଉଥିବା ମୃତ୍ୟୁକୁ ରୋକାଯାଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ । ନାରାୟଣୀ ଓ ମହିମା ସ୍କୁଲ ଓ କଲେଜ ଅଫ ନର୍ସିଂ ପିଲାଙ୍କ ମଧ୍ୟରେ କୁଇଜ଼ ପ୍ରତିଯୋଗିତା କରାଯାଇଥିଲା ଓ ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା  ।

ଉକ୍ତ ସଭାରେ ଜ଼ିଲ୍ଲାସ୍ତରରୁ ଡେପୁଟିମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଜ଼ିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଚଳା ମହାନ୍ତିଧନ୍ୟବାଦଅର୍ପଣକରିଥିଲେ । ଆସିଷ୍ଟାଣ୍ଟ ମ୍ୟାନେଜର ଅନିତା ଦାଶ, ଅସିତ ଦାଶ,   ସୁସ୍ମିତା ରାଉତ, ବିଜୟଲକ୍ଷ୍ମୀ ସାହୁ, ନର୍ସିଂ ଅଫିସର ସଂଯୁକ୍ତା ସାହୁ,ରାଜେନ୍ଦ୍ର ସେଠି , ଅନିମା ବଳ, ପ୍ରଭାସ ସାହୁ, ମହିମା କଲେଜ ଅଫ ନର୍ସିଂର ଟିଉଟର ଅୟଂ ସେନ, ବିଶ୍ୱଜିତ ରାଉତ ଓ ଛାତ୍ରଛାତ୍ରୀ, ନIରIୟଣୀ ସ୍କୁଲ ଅଫ ନର୍ସିଂ ର ଟିଉଟର ବିଶ୍ୱଜିତା ସାମଲ ଓ ଛାତ୍ରଛାତ୍ରୀ, ଜଗତସିଂହପୁର ର ଆଶାକର୍ମୀମାନଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।

Leave a Reply

Your email address will not be published. Required fields are marked *