କଟକ ସଦର, ୧୨/୦୯/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ନଭେମ୍ବର ୫ ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କଟକ ର ଐତିହାସିକ ବାଲିଯାତ୍ରା ର ନାଁ ଵଦଳାଯାଇ ‘ଐତିହାସିକ ବାଲିଯାତ୍ରା କଟକ-୨୦୨୫ ରହିବ ରହିବ ବୋଲି ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି ରୁ ଜଣାପଡିଛି। ପୂର୍ବରୁ କେବଳ ଐତିହାସିକ ବାଲିଯାତ୍ରା ବୋଲି ଲେଖାଯାଉଥିଲା।
ସେହିପରି ଚଳିତବର୍ଷ ପ୍ରକୃତ ଉପର ବାଲିଯାତ୍ରା ପଡିଆରେ ଯାତ୍ରା ନହୋଇ ତଳ ମହାନଦୀ ପଠାରେ ହେବାକୁ ନିଷ୍ପତ୍ତି ହୋଇଛି। ଉପର ବାଲିଯାତ୍ରା ପଡିଆ ଭିଡ ଓ ଟ୍ରାଫିକ ପରିଚାଳନା ପାଇଁ ରଖାଯାଇଥିବା କୁହାଯାଉଥିବା ବେଳେ ଏଠାରେ ଭିଆଇପି ଓ ଭିଭିଆଇପି ମାନଙ୍କର ଗାଡି ରଖାଯିବାକୁ ଏପରି ନିଷ୍ପତି ନିଆଯାଇଛି ବୋଲି କଟିକିଆ ମାନେ ଅଭିଯୋଗ କରିଛନ୍ତି। ଏଥିପାଇଁ ବିବାଦ ମୁଣ୍ଡ ଟେକିଛି।୩୪ ଏକର ପରିବର୍ତ୍ତେ ୬୪ ଏକର ପରିମିତ ଜାଗାରେ ଏଥର ବାଲିଯାତ୍ରା ହେବ ଏଵଂ ବାଲିଯାତ୍ରା ପୋର୍ଟାଲ୍ ରେ ରହିବ ସମସ୍ତ ତଥ୍ୟ।
