କଟକ ସଦର, ୨୯/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଖୋର୍ଦ୍ଧାର ଏକ ଵୁଥରେ ଗଣ୍ଡଗୋଳ ଘଟଣାରେ ଜେଲ୍ ଯାଇଥିବା ଚିଲିକାର ବିଜେଡ଼ି ବିଧାୟକ ତଥା ଖୋର୍ଦ୍ଧାର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କୁ ଗତକାଲି ମଙ୍ଗଳବାର ରାତିରେ ଓକିଲ ଙ୍କ ହସ୍ତକ୍ଷେପ ଫଳରେ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଜେଲରେ ପ୍ରଶାନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡ଼ିକାଲର ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ବିଶେଷଜ୍ଞ ଡାକ୍ତର ମାନଙ୍କ ପକ୍ଷରୁ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗଣ୍ଡଗୋଳ ଘଟଣାରେ ପ୍ରଶାନ୍ତ ଜଗଦେବଙ୍କ ଭୁମିକା ରହିଛି କି ନାହିଁ ତାହା ବିବାଦ ସୃଷ୍ଟି କରୁଥିବା ଵେଳେ ସିସିଟିଭି ଫୁଟେଜ ଆଜି ପର୍ଯ୍ୟନ୍ତ ସାର୍ବଜନିନ ନହେବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।