ମାନବିକ ଅଧିକାର କମିଶନଙ୍କ ନିର୍ଦ୍ଦେଶରେ ଶ୍ମଶାନ ଜମି ଜବର ଦଖଲ ମୁକ୍ତ କଲେ ତହସିଲଦାର

କଟକ ସଦର , ୧୫/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ ଅନ୍ତର୍ଗତ ପାରାଵିଲ୍ ମୈ।ଜା ଖାତା ନଂ ୪୦୩(ସରକାରୀ), ପ୍ଲଟ୍ ନଂ ୧୦୯୦,ଏ ୦.୨୬ ଡିସିମିଲ ଶ୍ମଶାନ କିସମ ଜମିକୁ ବେଆଇନ ଜଵର ଦଖଲ ହଟାଇବାକୁ ଅଭିଯୋଗ ହୋଇଆସୁଥିଲା ଵେଳେ ତହସିଲଦାରଙ୍କ ଟାଳଟୁଳ ନୀତି ପାଇଁ ତାହା ସାକାର ହୋଇପାରୁନଥିଲା। ଏଥିପାଇଁ ଆବଶ୍ୟକତା ଦୃଷ୍ଟିରୁ ଧରିଣା ପଞ୍ଚାୟତର ସମିତି ସଭ୍ୟା ସସ୍ମିତା ଦାଶ ଓଏଚଆରସି (ଓଡ଼ିଶା ମାନବିକ ଅଧିକାର ଆୟୋଗ) ଦ୍ୱାରସ୍ଥ ହୋଇଥିଲେ। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ଜବରଦଖଲ ଉଚ୍ଛେଦ କରିଵାକୁ ଆୟୁକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିପ୍ରେକ୍ଷୀରେ ଆଜି ଗୁରୁବାର ଦିନ ତହସିଲଦାର ମଧୁସୂଦନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସରକାରୀ ଅମୀନ ଚନ୍ଦ୍ର ଶେଖର ଜେନାଙ୍କ ଦ୍ୱାରା ସରଜମିନ ମାପ କରାଯାଇ ଜେସିଵି ସାହାଯ୍ୟରେ ଜବରଦଖଲ ଉଚ୍ଛେଦ କରାଯାଇଥିବା ଜଣାପଡିଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣାସ୍ଥଳରେ କିଶନନଗର ଥାନା ଏସ୍ ଆଇ ସସ୍ମିତା ପରିଡ଼ାଙ୍କ ସହିତ ଏକ ପ୍ଲାଟୁନ ପୋଲିସ ବଳ ମୁତୟନ ଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ସୁପରଭାଇଜର ଯୋଗିନାଥ ମହାନ୍ତି, ଯଶପଡା ରାଜସ୍ୱ ନିରୀକ୍ଷକ ବିଶ୍ୱଜିତ ଷଡ଼ଙ୍ଗୀ, ସର୍ବେଶ୍ଵର ଖୁଣ୍ଟିଆ, ଧରିଣା ସରପଂଚ ରତ୍ନାକର ରାଉତଙ୍କ ସମେତ ଗ୍ରାମବାସୀମାନେ ଉଛେଦ ସ୍ଥାନରେ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *