କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ, ଶୋକର ଛାୟା

କଟକ ସଦର,୧୫/୦୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କେନ୍ଦ୍ରାପଡା ଲୋକସଭା ସାଂସଦ ତଥା ଓଲିଉଡ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ବାପା , କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ଅଭିନେତା ଅଭୟ କୁମାର ମହାନ୍ତିଙ୍କ ଆଜି ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ କଟକର  କଟକର ନନ୍ଦିସାହିସ୍ଥିତ ବାସଭବନରେ  ୭୪ ବର୍ଷ ବୟସରେ ପରଲୋକ ଘଟିଥିବା ଜଣାପଡିଛି। କିଡ୍‌ନି ରୋଗରେ ପୀଡିତ ଥିବାରୁ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ସ୍ୱର୍ଗତ ମହାନ୍ତି ଆଜକୁ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିବା ବେଳେ ନିକଟରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ଆଶୁ ଆରୋଗ୍ୟ କାମନା କରିଵାକୁ ସାଂସଦ ଅନୁଭବ ଟୁଇଟରରେ ସମସ୍ତଙ୍କୁ ଆକୁଳ ନିବେଦନ କରିଥିଲେ। ନିକଟରେ ସାଂସଦ ଅନୁଭବ ଙ୍କ ଅଭିନେତ୍ରୀ ଵର୍ଷା ଙ୍କ ସହିତ ଛାଡ଼ପତ୍ର ମାମଲାର‌ ପୂର୍ଣ୍ଣଛେଦ ପଡ଼ିଥିବା ଵେଳେ ବାପାଙ୍କ ମୃତ୍ୟୁ ସମଗ୍ର ପରିଵାରକୁ ମ୍ରିୟମାଣ କରିଛି। ତାଙ୍କ ମୃତ୍ୟୁରେ କନ୍ଦରପୁର ଅଞ୍ଚଳ ସହିତ , କେନ୍ଦ୍ରାପଡା ଓ କଟକରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *