ପିପିଲି,୧୪/୧୦/୨୦୨୪ (ଓଡ଼ିଶା ସମାଚାର)- ଗତ କାଲି ବୀଜୟା ଦଶମୀ ତିଥିରେ ପିପିଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି. । ଏହି ଅବସରରେ ଆୟୋଜିତ ସଭାରେ କମିଟି ସଭାପତି ସୁରେଶ କୁମାର ରଥ ଙ୍କ ସଭାପତିତ୍ବରେ ପୁରୀ ଅତିରିକ୍ତ ଏସ୍ ପି ବିଷ୍ଣୁ ପ୍ରସାଦ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପିପିଲି ଅତିରିକ୍ତ ତହସିଲଦାର ବସନ୍ତ କୁମାର ବେହେରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଏସ୍ ଡି ପିଓ ବିରଞ୍ଚିନାରାୟଣ ପତି, ପିପିଲି ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ ପ୍ରକୃତ ରାବଣ କୁ ନ ପୋଡି ସେହି ବାର୍ତ୍ତା ମାଧ୍ୟମରେ ଏ ମଣିଷ ମାନଙ୍କ ଭିତରେ ଥିବା ରାବଣ କୁ ପ୍ରକୃତ ରେ ଜାଳିବା ଏହାର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ. । ଅନ୍ୟମାନଙ୍କ ମଧ୍ୟରେ କମିଟି ଉପଦେଷ୍ଟା ଭଗବାନ ସେଠି, ପ୍ରଫୁଲ ଦାସ, ବିଘ୍ନେଶ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ. ଏହି ଅବସରରେ ପିପିଲି ଅଂଚଳର ବିଭିନ୍ନ ପ୍ରତିଭା ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ସାମ୍ବାଦିକ ତଥା ଫଟୋ ଗ୍ରାଫର ହେମନ୍ତ ସେଠୀ ଙ୍କୁ ବେଷ୍ଟ ଫଟୋ ଜର୍ଣ୍ଣାଲିଷ୍ଟ ଭାବେ ସମ୍ମାନୀତ କରାଯାଇଥିଲା. । ଶେଷରେ ମୁଖ୍ୟ ଅତିଥି ଅଗ୍ନି ସଂଯୋଗ କରି ରାବଣ ପୋଡି ଉତ୍ସବ କୁ ସମାପନ କରିଥିଲେ. । ସଭା ଶେଷରେ ସାରଦା ପ୍ରସାଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l