ଆସିଆନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ ମା ପାଇଁ ଗଛ ଟିଏ ‘ କାର୍ଯ୍ୟକ୍ରମ 

କଟକ ସଦର,୮/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ଆସିଆନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପବିତ୍ର ରଥଯାତ୍ରା ଅବସରରେ ଉତ୍ତରକୁଳ ମାହାଳହାଟ ଠାରେ  ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଟ୍ରଷ୍ଟ ର ଅଧ୍ୟକ୍ଷ ତଥା କଟକ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ କୁମାର ବେହେରା ଯୋଗ ଦେଇ ମା ର ଆବଶ୍ୟକତା ସହିତ ଗଛର ଆବଶ୍ୟକତା ଓ ବନ ସୁରକ୍ଷା ସଚେତନତା ଉପରେ ଆଲୋକପାତ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ ର ସଂପାଦକ ଵିନୋଦ ଭୁୟାଁ, ଉତ୍ତରକୁଳ ସରପଂଚ ସୁଭାଷିନୀ ବେହେରା,ନାଏବ ସରପଞ୍ଚ ନିମାଇଁ ମହାପାତ୍ର, ବିଜେପି ମଣ୍ଡଳ ସଂପାଦକ ଦିଲ୍ଲୀପ ମହାନ୍ତି, ପଞ୍ଚାୟତ ପ୍ରମୁଖ ତୁଷାର ବେଉରା,ୱ।ର୍ଡ ସଭ୍ୟ/ସଭ୍ୟା ଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇ ଚାରା ରୋପଣ କରିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ବେହେରାଙ୍କ ଏତାଦୃଶ ଜନ ମଙ୍ଗଳ କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *