କେନ୍ଦ୍ରାପଡ଼ା,୧୫/୦୨/୨୦୨୪ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲା କୈବର୍ତ ସମାଜର ବାର୍ଷିକ ଶୁନ ସଭା ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ସଭା ପାଇଁ କେହି କାହାରିକି ସୂଚନା କିମ୍ବା ନିମନ୍ତ୍ରଣ ଦେଇନଥାନ୍ତି । କୈବର୍ତମାନେ ଜିଲାର ବିଭିନ୍ନ ସ୍ଥାନରୁ ସ୍ୱତପୂର୍ତ ଭାବେ ଆସି ଏହି ବୈଠକରେ ଯୋଗଦେଇଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଶ୍ରୀପଂଚମୀ ପରଦିନ ଷଷ୍ଠି ତିଥିରେ ଏହି ସଭା ଅନୁଷ୍ଠିତ ହୋଇ ଶ୍ରୀବଳଦେବଜୀଉଙ୍କ ମନ୍ଦିରର ନୀଳଚକ୍ରକୁ ପୂଜାର୍ଚ୍ଚନା କରାଯାଇ ନୂତନ ପତିତପାବନ ବାନା ଲାଗି କରାଯାଇଥିଲା । ଏହି ଅବସରରେ କୈବର୍ତମାନେ ନିଜ ସଂପ୍ରଦାୟର ବିଭିନ୍ନ ସମସ୍ୟା ତଥା ସାଂଗଠନିକ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ସଂଗଠନର ଜିଲା କୋଷାଧ୍ୟକ୍ଷ କୁଳମଣୀ ବେହେରା, ସୁରେନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ବିଷ୍ଣୁ ବେହେରା, ଦିଲ୍ଲିପ ମହାପାତ୍ର, ଦିବାକର ବେହେରା ଓ ସାମ୍ବାଦିକ ସଚ୍ଚିଦାନନ୍ଦ ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।