ଋଷିମାଳ ପର୍ବତରେ ମହାବାରୁଣୀ ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ବାଲିଗୁଡା,୧୫/୦୩/୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ତାମାଙ୍ଗି ଗ୍ରାମ ନିକଟରେ ରହିଥିବା ତୀର୍ଥ କ୍ଷେତ୍ର ଋଷିମାଳ ପର୍ବତରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ମହା ବାରୁଣୀ ମହୋତ୍ସବ ଅନୁଷ୍ଠିତ ହେବ। ଏହାକୁ ସଫଳ କରିବା ପାଇଁ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି।

ଏଥିପାଇଁ କମିଟି ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ କରାଯାଇଛି। ଋଷିମାଳ ତୀର୍ଥ କ୍ଷେତ୍ର ର ବିକାଶ ପାଇଁ କମିଟି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି କମିଟି ପକ୍ଷରୁ ରାଜ୍ୟର ଏକାଧିକ ମନ୍ତ୍ରୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ଏହି ସମୟରେ ଟ୍ରଷ୍ଟ ର ଜିଲ୍ଲା ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା ଏବଂ ଆବାହକ ମନୋଜ ଆଚାର୍ଯ୍ୟ ଓ ଟ୍ରଷ୍ଟ ର ବରିଷ୍ଠ ସାଧୁ ମହାତ୍ମା ପୁରୀ ଆଶ୍ରମ ଏବଂ ବୌଦ୍ଧ ଆଶ୍ରମ ରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ପ୍ରକାଶ ଯେ ଏହି ମହୋତ୍ସବ ରେ କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ କୁ ପ୍ରତିଫଳିତ ପାଇଁ କାର୍ଯ୍ୟ କରାଯିବ ବୋଲି କମିଟି କହିଥିବା ବେଳେ ମୁନି ଋଷି ମାନଙ୍କ ଦ୍ୱାରା ଋଷିମାଳ ର ଐତିହ୍ୟ, ପରମ୍ପରା ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବ ସେହିପରି ସାହିତ୍ୟ ସଭା, ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ସଙ୍ଗୀତ ନୃତ୍ୟ ଆଦି କରାଯିବା କୁ ନିଷ୍ପତି ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *