ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଜଗତସିଂହପୁର, ୨୧/୬/୨୦୨୪ (ଓଡ଼ିଶା ସମାଚାର)-ଆଜି ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକରେ ଯୋଗ ଦେଇ  ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ  ଓ ବୈଷୟିକ ଶିକ୍ଷା, ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ପାରାଦ୍ଵୀପ ଗଡ଼ ରେ ସ୍ରୁଷ୍ଟି ହେଉଥିବା କୃତ୍ରିମ ବନ୍ୟା କୁ ରୋକିବା ଦିଗରେ ଡ୍ରେନେଜ ଓ ଇରିଗେସନ ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲା ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ରେ ଥିବା  ଅଧିକାରୀ ମାନେ ଫୋନ ମାଧ୍ୟମ ରେ ଉପସ୍ଥିତ ରହି ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ। ଉପସ୍ଥିତ ଜଗତସିଂପୁର  ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଜିଲ୍ଲାରେ ଥିବା ଡ୍ରେନେଜ୍ ଗୁଡ଼ିକ ସଫା କରାଗଲେ ବନ୍ୟାଜଳ ଦ୍ଵାରା ଚାଷ ଜମି କ୍ଷତିଗ୍ରସ୍ତ ହେବ ନାହିଁ। ଅକାମୀ ଥିବା ଡ୍ରେନେଜ୍ ଗୁଡ଼ିକୁ ବର୍ଷା ଦିନ ପୂର୍ବରୁ ସାରିବାକୁ ପରାମର୍ଶ ଦେଇଥିଲେ। ଜଗତସିଂହପୁର ବିଧାୟକ  ଶ୍ରୀ ଅମରେନ୍ଦ୍ର ଦାସ କହିଲେ ନାଗପୁର ଡ୍ରେନେଜ, ଡିହସାହି ଠାରେ ଏବଂ ଜାମୁଗାଁ ଡାବର ଜଳ ନିଷ୍କାସନ ହୋଇପାରୁନଥିବାରୁ ଏହାକୁ ତୁରନ୍ତ ସଫା କରିବା ଆବଶ୍ୟକ। ବୀରବରପାଟଣା ଓ ରମ୍ଭାଦେଇପୁର, ଗଳଧାରୀ  ଏରଡ଼ା ଠାରେ ନଦୀବନ୍ଧରୁ ମାଟି ଓ ବାଲି ତାଡିନେଉଥିବାରୁ ନଦୀବନ୍ଧ ବିପଦ ସଂକୁଳ ରହୁଛି, ତାହାର ତୁରନ୍ତ ମରାମତି ଦରକାର। ଜଳମଗ୍ନ ହେଉଥିବା ପୋଲ ଉପରେ ବାଡ ନିର୍ମାଣ କରିବାକୁ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା କହିଲେ କୁଜଙ୍ଗ ଓ ଏରସମା ଅଞ୍ଚଳରେ ମାଛ ଧରାଳୀ ମାନେ ଅଡ଼ା ବସାଉଥିବାରୁ ଜଳ ନିଷ୍କାସନ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତହସିଲଦାର,ବିଡ଼ିଓ ଏବଂ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ମାଧ୍ୟମରେ ଏହାର ଆଶୁ ସମାଧାନ କରିବାକୁ ବିଭାଗିୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ଏହାଛଡ଼ା ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଆଶ୍ରୟସ୍ଥଳୀ ଗୁଡକ ଭାଙ୍ଗି ଦେବାକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କୁ କହିଥିଲେ। ତିର୍ତ୍ତୋଲ ବିଧାୟକ ଡଃ ରମାକାନ୍ତ  ଭୋଇ ମଧ୍ୟ ଡ୍ରେନେଜ କାର୍ଯ୍ୟ ତ୍ବରାନ୍ବିତ କରାଯିବା ସହ ହଂସୁଆ ନଦୀ ର ଜଳ କୁ ବ୍ୟାରେଜ ନିର୍ମାଣ କରି ପାରିଲେ ବନ୍ୟା ସମସ୍ୟାର ସମାଧାନ ହେବା ସହ ଅନ୍ୟ ସମୟରେ ସେହି ଜଳ କୁ  ଚାଷୀ ମାନଙ୍କ ଚାଷ କାର୍ଯ୍ୟ ରେ ସହାୟତା ପ୍ରଦାନ କରିବ ବୋଲି  କହିଥିଲେ। ସ୍ୱାସ୍ଥ୍ୟ ସେବା ର ବିଭିନ୍ନ ଦିଗ,ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ମାନଙ୍କ ଉପସ୍ଥିତି ବିଷୟରେ ତଦାରଖ କରିବା, ସାପ କାମୁଡା ଔଷଧ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ  ଙ୍କୁ ପରାମର୍ଶ ଦେଇଥିଲେ।  ଜିଲ୍ଲାରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବା ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କ ତଦାରଖ କରିବା ପାଇଁ ନିଯୁକ୍ତି କରିବା,ପୂର୍ବରୁ ହୋଇଥିବା ନଦୀ ଓ କେନାଲ ବନ୍ଧ ଘାଇ ମରାମତି କରିବା,ବିପଦ ଥିବା ସ୍ଥାନ ଗୁଡିକରେ ବାଲିବସ୍ତା ମହଜୁଦ ରଖିବା,ଡ୍ରେନେଜ୍ ଗୁଡ଼ିକୁ ପରିଷ୍କାର ରଖିବା,ପାନୀୟ ଜଳ ଯୋଗାଣ,ନଳକୂପ ଗୁଡ଼ିକୁ ମରାମତି,ବିଭିନ୍ନ ସମ୍ବେଦନଶିଳ ସ୍ଥାନ ଗୁଡିକରେ ଚାଉଳ, ଚୁଡ଼ା,ଗୁଡ଼,କିରୋସିନ ମହଜୁଦ ରଖିବା, ବେସରକାରୀ ବୋଟ ଗୁଡ଼ିକର ତାଲିକା ଓ ଫୋନ୍ ନଂ ରଖିବା, ପାୱାର ବୋଟ ଓ ଦେଶୀ ଡଙ୍ଗା ଗୁଡିକୁ କାର୍ଯ୍ୟକ୍ଷମ ରଖିବା,ବନ୍ୟା ସମୟରେ ପ୍ରତ୍ୟେକ ନଦୀର ଜଳସ୍ତର ମାପିବା ,ପାଣିପାଗ ବିଭାଗ ଦ୍ଵାରା ଜାରି ହେଉଥିବା ସୂଚନା ଗୁଡ଼ିକୁ ପ୍ରସାରଣ କରିବା, ବନ୍ୟାଞ୍ଚଳରେ ୱୟାରେଲେସ ଷ୍ଟେସନ ସ୍ଥାପନ ,କୃଷି ଓ ଉଦ୍ୟାନ କୃଷି, ସ୍ବାସ୍ଥ୍ୟ,ପରିମଳ,ପ୍ରାଣୀ ସମ୍ପଦ ,ପୂର୍ତ୍ତ ,ଗ୍ରାମ ଉନ୍ନୟନ ରାସ୍ତା ଗୁଡ଼ିକର ମରାମତି, ବିଦ୍ୟୁତ୍ ସରବରାହ, ଟେଲିଫୋନ ପୁନରୁଦ୍ଧାର, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନିତ କରିବା, ପଲିଥିନ ସିଟ ମହଜୁଦ ରଖିବା,ଆବଶ୍ୟକ ସ୍ଥଳେ ଆର୍ ଟି ଓ ଙ୍କ ଦ୍ଵାରା ଗାଡ଼ି ରିକୁଜିସନ୍ କରିବା,ଅଗ୍ନିଶମ ବାହିନୀକୁ ସଜାଗ ରଖିବା,ବନ୍ୟା ସମୟରେ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରିବା,ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକୀୟ ଖାଦ୍ୟ,ପାନୀୟ,ଔଷଧ ରଖିବାର ବ୍ୟବସ୍ଥା କରିବା ଇତ୍ୟାଦି ଉପରେ ଆଲୋଚନା କରାଯାଇ ତଦନୁଯାୟୀ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ,ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି ଆର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଶ୍ରୀ ସମ୍ବିତ୍ ରାଉତ, ଅତିରିକ୍ତ  ଜିଲ୍ଲାପାଳ,ପାରାଦୀପ ଶ୍ରୀ ଲଳିତ ମୋହନ ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି , ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଜଗତସିଂପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ, ପଞ୍ଚାୟତ ସମିତି ର ଅଧକ୍ଷ/ଅଧ୍ୟକ୍ଷା,ଜିଲ୍ଲା ସ୍ତରୀୟ ଅଧିକାରୀ, କେନ୍ଦ୍ରୀୟ ଅଧିକାରୀ, ବିଡିଓ, ତହସିଲଦାର,ଡେପୁଟି କଲେକ୍ଟର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ ଏବଂ ଶେଷରେ ଡି ପି ଓ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *