ଭୁବନେଶ୍ୱର,୦୭/୧୦/୨୦୨୬(ଓଡ଼ିଶା ସମାଚାର)- ଅନ୍ଧାରୁଆ ସ୍ଥିତ ଗଣେଶ ପଲିଟେକ୍ନିକ, ପରିସରରେ ରେଡ଼କ୍ରସ୍ ଏବଂ ଗଣେଶ ପଲିଟେକ୍ନିକ୍ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଓରିସ୍ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଅଭିନେତ୍ରୀ ଲୋରା ମହାପାତ୍ର ଉଦ୍ଘାଟନ କରିଥିଲେ ।
ଏହି ଶିବିରରେ ମୋଟ୍ ୧୦୦ ୟୁନିଟ୍ରୁ ଅଧିକ ରକ୍ତ ସଂଗୃହୀତ ହୋଇଥିଲା । ପରିଶେଷରେ ରକ୍ତ ଅଭାବରୁ ଯେପରି କୌଣସି ବ୍ୟକ୍ତି ମୃତ୍ୟୁମୁଖରେ ନପଡ଼ନ୍ତି ସେଥି ପ୍ରତି ଯତ୍ନବାନ ହେବାପାଇଁ ଉପସ୍ଥିତ ସମସ୍ତ କର୍ମକର୍ତା ଓ ଛାତ୍ରଛାତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ ।
