କଟକ ସଦର, ୦୭/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନରେ ହାରିଯିଵା ପରଠାରୁ ନୀରବତା ଅବଲମ୍ବନ କରିଥିବା କଟକ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଚନ୍ଦ୍ର ସାରଥି ବେହେରା ଏବେ ବର୍ତମାନର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଶାଣୀତ ଆକ୍ରମଣ କରିଛନ୍ତି। 

କହିଛନ୍ତି ଯେ ଯାହାର ନାଁ ପିସି ରୁ ଆରମ୍ଭ ସିଏ କେବଳ ଡବଲ ପିସି ଆଦାୟରେ ଲାଗିପଡିଛନ୍ତି। ଏହାର ଜବାବରେ ପ୍ରକାଶ ଚନ୍ଦ୍ର କହିଛନ୍ତି ଯେ ପୂର୍ବତନ ବିଧାୟକ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ତୁଣ୍ଡ ଖୋଲିଲେ ତାଙ୍କର ପିଣ୍ଡ ଥରିଵ। ଏହାକୁ ନେଇ କଟକ ସଦର ରାଜନୀତି ସରଗରମ ହୋଇଥିଲାବେଳେ ଉଭୟ ଙ୍କ ଵାକ୍ୟଵାଣ ରୋଚକ ମୋଡରେ ପହଞ୍ଚିଛି। ହେଲେ ଆଗକୁ ଏହି ଶାଣୀତ ଆକ୍ରମଣ ଥମୁଛି ନାଁ ବଢୁଛି ତାକୁ କେବଳ ଦେଖିବାକୁ ବାକି ରହିଲା।
