ପାଟକୁରା ଭାଜପାର ତ୍ରିରଙ୍ଗା ଯାତ୍ରା ପାଇଁ ମଣ୍ଡଳ ସ୍ତରୀୟ ପ୍ରସ୍ତୁତି ବୈଠକ

ପାଟକୁରା,୦୮/୦୮/୨୦୨୫ (ଓଡିଶା ସମାଚାର)-ଆଜି ଭାଜପାର ଗରଦପୁର ବ୍ଳକ ସ୍ତରୀୟ କାର୍ଯ୍ୟାଳୟ ଠାରେ ଅପରାହ୍ନ ଚାରିଟା ବେଳେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଗାର ନମ୍ବର ମଣ୍ଡଳ ସଭାପତି ଚିତ୍ତରଞ୍ଜନ ଚୌଧୁରୀଙ୍କ ଅଧକ୍ଷତାରେ ବସିଥିବା ଏହି ପ୍ରସ୍ତୁତି ବୈଠକ ରେ ଅଗଷ୍ଟ ତେର ତାରିଖ ଦିନ ଏହି ମଣ୍ଡଳ ଅନ୍ତର୍ଗତ ସମସ୍ତ ଗ୍ରାମ ପଂଚାୟତ ରୁ ସକ୍ରିୟ ଭାଜପା କର୍ମୀ ମାନେ ଭାଗ ନେବା ନିମନ୍ତେ ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତୃମଣ୍ଡଳୀ ଆଲୋଚନା କରିଥିଲେ ।

କେନ୍ଦ୍ରାପଡା ଜିଲ୍ଲା ଭାଜପା ଉପସଭାପତି ପ୍ରଶନ୍ନ କୁମାର ପଣ୍ଡା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ନାୟକ,ଭାଜପା ନେତା ଶ୍ରୀକାନ୍ତ ସେନାପତି ପ୍ରମୁଖ ଭାଜପା ସଂଗଠନକୁ ପାଟକୁରା ଅଂଚଳରେ ସୁଦୃଢ଼ କରିବା ପାଇଁ ମତବ୍ୟକ୍ତ କରିଥିଲେ ।

ଦଳୀୟ କର୍ମୀମାନେ ସାଧାରଣ ଜନତାଙ୍କ ସମସ୍ୟା ଗୁଡିକର ସମାଧାନ ପ୍ରଶାସନିକ ସ୍ତରରେ  କରିବାପାଇଁ ଚେଷ୍ଟା କଲେ ସାଧାରଣରେ ଦଳପ୍ରତି ଆଗ୍ରହ ପ୍ରକାଶ ପାଇବ ଓ ଦଳ ଅଧିକ ସଂଗଠିତ ହେବବୋଲି ଭାଜପା ନେତାମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ପ୍ରମୁଖ ଗିରିଶ ଚନ୍ଦ୍ର ଜେନା, ବିଜୟ ବାରିକ, ଲବ ସାମଲ, ଶିବବ୍ରତ ମହାପାତ୍ର, ବିଜ୍ଞାନ ସୁତାର, ଚିତ୍ତ ରଞ୍ଜନ ସେଠୀ, ପ୍ରତାପ ବାରିକ, ନୀଳାମ୍ବର ପରିଜା, ବିପିନ ସାହୁ, ଅଭିରାମ ସେଠୀ, ବସନ୍ତ ବେହେରା, ଗଙ୍ଗାଧର ସେଠୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲ ।

Leave a Reply

Your email address will not be published. Required fields are marked *