ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ତରଫରୁ ସେବା ସଙ୍କଳ୍ପ ଅଭିଯାନ ଉପଲକ୍ଷେ ଦୁଇ ଚକିଆ ପଥଚାରୀ ଙ୍କୁ ହେଲମେଟ ବିତରଣ

ଜଗତସିଂହପୁର ୦୭/୧୦/୨୦୨୬(ଓଡ଼ିଶା ସମାଚାର)- ବୁଧବାର ଅପରାହ୍ନ ୪.୩୦ ସମୟରେ ଜଗତସିଂହପୁର ପୌରପରିଷଦ ମୁଖ୍ୟ ଫାଟକ ସମ୍ମୁଖରେ ସଡ଼କ ସୁରକ୍ଷା ସମିତି ତରଫରୁ ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏବଂ  ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ଙ୍କ ସଦୟ ଉପସ୍ଥିତି ରେ ବିନା ହେଲମେଟ ରେ ଯାଉଥିବା ଦୁଇ ଚକିଆ ପଥଚାରୀ ମାନଙ୍କୁ ସଡ଼କ ସୁରକ୍ଷା ସଚେତନତା କରିବା ସହ ହେଲମେଟ ପ୍ରଦାନ କରାଯାଇଛି।

ଜିଲ୍ଲାପାଳ ବିନା ହେଲମେଟ ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କହିଥିଲେ ଯେ, ଯେଉଁ ହସ ମୁହଁ ରେ ରଖି ସେମାନେ ଘରୁ ବାହାରୁଛନ୍ତି, ସେହି ହସ ସହ ପୁଣି ପରିବାର ପାଖକୁ ଫେରିବା ଦରକାର। ସୁରକ୍ଷା ର କିଛି ଉପାୟ ଆମ ହାତରେ ଅଛି। ତେଣୁ ସଡ଼କ ସୁରକ୍ଷା ର ନିୟମ ମାନି ଆମେ ନିଜ ତଥା ସମାଜର କଲ୍ୟାଣ କରିପାରିବା।

ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ସମସ୍ତକୁ ସଡ଼କ ସୁରକ୍ଷା ର ନିୟମ ମାନି ହେଲମେଟ ପିନ୍ଧି ଗାଡ଼ି ଚଳାଇବାକୁ ଉପଦେଶ ଦେଇଥିଲେ।ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି , ମଟର ଯାନ ନିରୀକ୍ଷକ ଶ୍ରୀ ପ୍ରତାପ କୁମାର ବେହେରା,ଯୁଗ୍ମ ମଟରଯାନ ନିରୀକ୍ଷକ ଶ୍ରୀମତୀ ଦମୟନ୍ତୀ ମାହାଲି ଏବଂ ଯୁଗ୍ମ ମଟରଯାନ ନିରିକ୍ଷକ ଶ୍ରୀମତୀ ମନୋରମା ମାଝୀ ଙ୍କ ସମେତ ଜଗତସିଂହପୁର ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟ କୁ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିପକ କୁମାର ସେଠୀ ସମ୍ପାଦନା କରିଥିଲେ ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ର ସହକର୍ମୀ ମାନେ ଉକ୍ତ କାର୍ଯ୍ୟ କୁ ପରିଚାଳନା କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *