କଟକ, ୩୦/୧୦/୨୦୨୫ (ଓଡ଼ିଶା ସମାଚାର)- ବାଲିକୁଦା ଜଗନ୍ନାଥ ମନ୍ଦିର ରେ ଭାଗବତ ସପ୍ତାହ ଆଜି ୩୦ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି । ଉକ୍ତ କାର୍ୟ୍ୟକ୍ରମ ରେ ମୁଖ୍ୟ ପୂଜକ ସୁବାଶିଷ ଆଚାର୍ୟ୍ୟ, ପଣ୍ଡିତ ଲକ୍ଷ୍ମୀକାନ୍ତ ଶର୍ମା,ପଣ୍ଡିତ ଦଧିବାମନ ପଣ୍ଡା, ପଣ୍ଡିତ ସତ୍ୟପ୍ରିୟ ମିଶ୍ର ଓ ଜଗନ୍ନାଥ ମନ୍ଦିର କମିଟି ର କର୍ମକର୍ତା ମାନଙ୍କ ସକ୍ରିୟ ସହଯୋଗରେ ନବମ ବାର୍ଷିକ ଭାଗବତ ସପ୍ତାହ ଆଜି ଠାରୁ ଆରମ୍ଭ ହେଉଅଛି ।
ଉକ୍ତ କାର୍ୟ୍ୟକ୍ରମ ରେ କର୍ତ୍ତା କର୍ତ୍ତୀ ଭାବେ ବୈକୁଣ୍ଠ ନାଥ ଜେନା ଓ ସହଧର୍ମିଣୀ ଗୀତାରାଣୀ ଜେନା ତୁଲାଇ ଆସୁଛନ୍ତି । ଆଜିଠାରୁ ମନ୍ଦିର ପ୍ରାଙ୍ଗଣରେ ଭାଗବତ ପାଠ କରାଯିବା ସହିତ ହୋମ ଯଜ୍ଞ କରାଯାଇ ଏକ ସପ୍ତାହ ଧରି କାର୍ୟ୍ୟକ୍ରମ ହେବ । ଉକ୍ତ କାର୍ୟ୍ୟକ୍ରମ ରେ ଆଖପାଖ ଅଞ୍ଚଳର ଅନେକ ଭାଗବତ ପ୍ରେମୀ ମାନଙ୍କ ଉପସ୍ଥିତିସ ରହିବ । ବାଲିକୁଦା ଶ୍ରୀ ଜଗନ୍ନାଥ କମିଟି ତରଫରୁ ସମସ୍ତ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଅଂଚଳର ଶ୍ରଦ୍ଧାଳୁ ମାନଙ୍କ ସକ୍ରିୟ ସହଯୋଗ ରହିଛି ।
