ରଘୁନାଥପୁର,୦୭/୧୦/୨୦୨୬(ଓଡ଼ିଶା ସମାଚାର)-ଜଗତସିଂହପୁର ହେଉଛି ଏକ କୃଷି ପ୍ରଧାନ ଜିଲ୍ଲା ଓ ଲୋକମାନଙ୍କର ମୁଖ୍ୟ ଜୀବିକା ହେଉଛି କୃଷି । କିନ୍ତୁ ବହୁ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନା ରୁ ବାଦ ପଡିଯାଉଛନ୍ତି । କିଛି ମୁନାଫାଖୋର ବ୍ୟକ୍ତି ଓ ରାଜନେତା ମାନଙ୍କ ବନ୍ଧୁ, ସମ୍ପର୍କୀୟ ମାନେ ସରକାରଙ୍କ ବିଭିନ୍ନ ଯୋଜନା ସବୁକୁ ହାତେଇ ନେଉଥିବା ବେଳେ ପ୍ରକୃତ ଚାଷୀ କୁ ଏଥିରୁ ବାଦ ଦିଆଯାଉ ଥିବାରୁ ଚାଷୀ ମାନଙ୍କ ସୁରକ୍ଷା ପାଇଁ ଅଖିଳ ଭାରତ କୃଷକ ସଂଗଠନ ପଦାର୍ପଣ କରିଛି ।
ସେଥିପାଇଁ ରଘୁନାଥପୁର ସ୍ଥିତ ମଦନ ମୋହନ ମଠ ପ୍ରାଙ୍ଗଣରେ ଏକ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ସଂଗଠନ ସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ବିଷ୍ଣୁ ଚରଣ ସ୍ୱାଇଁ ଓ ଜିଲ୍କା ସଭାପତି ଅଭୟ କୁମାର ସ୍ୱାଇଁ ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ଓ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଗ୍ରସ୍ତ କରି ଚାଷୀଙ୍କୁ ଏକତ୍ରିତ କରି ସେମାନଙ୍କ ସମସ୍ୟା ସମ୍ପର୍କ ରେ ଆଲୋଚନା କରି ସରକାରୀ ଅଧିକାରୀ ମାନଙ୍କ ସହିତ ଏ ନିମନ୍ତେ ସମୟ ଦେଇ ପ୍ରତିକାର କରିବା ମୋର ଲକ୍ଷ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସ୍ୱାଇଁ କହିବା ସହିତ ଉଚ୍ଚ କୋଟିର ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ସମ୍ମାନିତ କରିବା ପାଇଁ ଏକ ପ୍ରସ୍ତାବ ସରକାରଙ୍କ ନିକଟରେ ଦିଆଯିବ ବୋଲି ପ୍ରକାଶ କରିଥିଲେ ।
ସେହିପରି ଜିଲ୍କା ସଭାପତି ଅଭୟ କୁମାର ସ୍ୱାଇଁ ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ବର୍ତମାନ ଚାଷୀଙ୍କ ମୁଖ୍ୟ ସମସ୍ୟା ହେଉଛି ଷଣ୍ଡ ଙ୍କ ଉପଦ୍ରବ, ମାଙ୍କଡ଼ ଙ୍କ ଅହେତୁକ ବୃଦ୍ଧି ଓ ଘୁଷୁରୀ ମାନେ ରାତ୍ରରେ ଚାଷ କ୍ଷେତ୍ରରେ ଅହେତୁଜ ଆକ୍ରମଣ ଘଟଣା ଚାଷୀଙ୍କ ଜୀବନ ଜୀବିକା କୁ ବୁଡାଇ ଦେବାକୁ ବସିଥିବା ବେଳେ ଜିଲ୍ଲା ପ୍ରଶାସନ ଶୁଣୁ ନାହାନ୍ତି । ଏ ଦିଗରେ ଚାଷୀ ମାନେ ଏକତ୍ରିତ ହୋଇ ଲଢ଼ିବା ପାଇଁ ପ୍ରୟାସ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପ ସଭାପତି ବାସୁଦେବ ନାୟକ, ସମ୍ପାଦକ ଧୂରଜିଟି ମହାନ୍ତି, ସଂଯୋଜକ ନିଗମାନନ୍ଦ ଦାସ, କୋଷାଧକ୍ଷ ଅକ୍ଷୟ ନାରାୟଣ ପଣ୍ଡା, ସୁରେଶ ପଟ୍ଟନାୟକ, ସନ୍ତୋଷ କୁମାର ପାତ୍ର, ଅଭୟ କୁମାର ସେଣ, ମନ୍ମଥ କୁମାର ଜେନା, ଗୋବିନ୍ଦ ଖୁଣ୍ଟିଆ, ଶରତ ମହାପାତ୍ର, ଆଲୋକ ସ୍ୱାଇଁ , ଦେବେନ୍ଦ୍ର ମହାନ୍ତି, ସାରଦା ପ୍ରସନ ନାୟକ, ସଚିକାନ୍ତ ଜେନା ଓ ରାଜକିଶୋର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମ ଶେଷରେ ତିର୍ତୋଲ ଅଂଚଳର ସୁନାମ ଧନ୍ୟ ଚାଷୀ ଦେବବ୍ରତ ମହାନ୍ତି ସଭାସାଙ୍ଗ କରିବା ସହିତ ଯୋଗଦେଇଥିବା ସମସ୍ତ ଚାଷୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
