କଟକ ସଦର , ୧୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ବୁଧବାର ଦିନ କଟକ ସଦର ଵ୍ଲକର ନୂଆ ଵିଡିଓ ଭାବେ ପ୍ରତୀକ ସାହୁ ଯୋଗଦେଇ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଥିବାରୁ ପ୍ରତିକ୍ଷା ର ଅନ୍ତ ଘଟିଛି। ପ୍ରକାଶ ଯେ ଏଠାରେ କାର୍ଯ୍ୟରତ ଥିବା ପୂର୍ବତନ ବିଡ଼ିଓ ରୁମନା ଜାଫ୍ରି ବିବାଦୀୟ ହୋଇଥିବା ଅଭିଯୋଗ ହେବାରୁ ତାଙ୍କୁ ଗତମାସ ୨୭ ତାରିଖରେ ଅନ୍ୟତ୍ର ଵଦଳି କରାଯାଇ ୨୯ ତାରିଖ ରେ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ରିଲିଭ୍ କରାଯାଇଥିଲା। ହେଲେ ଏଠାକୁ ଆସିବାକୁ ଥିବା କନ୍ଧମାଳ ଜିଲା ଫୁଲବାଣୀ ଵ୍ଲକର ଵିଡିଓ ପ୍ରତୀକ ସାହୁ ନିର୍ଦେଶନାମା ଅନୁଯାୟୀ ରିଲିଭର ନଥିଵା ଆଳରେ ରିଲିଭ୍ ହୋଇ ପାରୁନଥିବା ସମ୍ପର୍କରେ ‘ଓଡିଶା ସମାଚାର’ରେ ଚଳିତ ମାସ ୫ ତାରିଖ ରେ ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଖଵର ପ୍ରକାଶନ ର ଠିକ୍ ଦୁଇଦିନ ପରେ ଅର୍ଥାତ ୭ ତାରିଖ ଦିନ କନ୍ଧମାଳ ଜିଲା ପ୍ରଶାସନ ପ୍ରତୀକ ସାହୁଙ୍କୁ ତରବରିଆ ଭାବେ ରିଲିଭ କରିଦେଇଥିଲେ। ଆଜି ନୂତନ ଵିଡିଓ ଭାବେ ପ୍ରତୀକ ସାହୁ ଯୋଗଦାନ ଓ କାର୍ଯ୍ୟଭାର ଗ୍ରହଣ କରିବା ପରେ ଵ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ ସ୍ୱ।ଗତ ସମ୍ବର୍ଦ୍ଧନା ଜଣାଇଥିବା ଜଣାପଡିଛି।
ପ୍ରତୀକ୍ଷା ର ଅନ୍ତ: କଟକ ସଦର ଵ୍ଲକରେ ଯୋଗଦେଲେ ନୂଆ ଵିଡିଓ ପ୍ରତୀକ ସାହୁ
