ପଣସ ଚାଷ ଓ କଞ୍ଚା ପଣସରୁ ପ୍ରସ୍ତୁତ ଉତ୍ପାଦର ବଜାରିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି କମ୍ପାନୀ ସହ ବୁଝାମଣାପତ୍ର ସ୍ଵାକ୍ଷରିତ

ଭୁବନେଶ୍ୱର,୦୪/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡେରାସ ଠାରେ ଥିବା ଉଦ୍ୟାନ କୃଷିର ଉତ୍କର୍ଷ କେନ୍ଦ୍ରରେ ୩୦ ନଭେମ୍ବର ଓ ଡିସେମ୍ବର ୧ ତାରିଖରେ ଓଡ଼ିଶା ଜ୍ୟାକ ଫ୍ରୁଟ ମିଶନ ଅଧୀନରେ ଦୁଇ ଦିନିଆ ତାଲିମ କର୍ମଶାଳା ଆୟୋଜନ କରାଯାଇଥିଲା । ରାଜ୍ୟରେ ଥିବା ତିନିଗୋଟି ଟେକ୍ନୋଲୋଜି ଇନକ୍ୟୁବେସନ କେନ୍ଦ୍ର କୋରାପୁଟ, କନ୍ଧମାଳ ଓ କେଉଁଝରର ପ୍ରତିନିଧି, ବିଭାଗୀୟ ଅଧିକାରୀ, ଓରମାସ, ଆଇସିଏଆର- ସିଏଚଇଏସ ଏବଂ ପାଲାଡିୟମର ଅଧିକାରୀବୃନ୍ଦ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ ।

ଏହି କର୍ମଶାଳାରେ କେରଳର ଶିଳ୍ପ ବିଶେଷଜ୍ଞ ଏବଂ ମାଷ୍ଟର ଟ୍ରେନର ମାନେ କଞ୍ଚା ପଣସରୁ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦ ତିଆରି କରିବା ଶିଖାଇଥିଲେ ।  ଏତଦ୍ ବ୍ୟତୀତ, ଆର୍ଟକାର୍ପସ  ଫୁଡ୍ସ ପ୍ରାଇଭେଟ ଲିମିଟେଡ଼ (Artocarpus Foods Pvt. Ltd) ଓ ନ୍ୟୁଟ୍ରିଟିଭୋ ଫୁଡ ପ୍ରଡକ୍ଟସ (Nutritivo Food Products LLP) ନାମକ ଦୁଇଟି କମ୍ପାନୀ ସହ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ବୁଝାମଣାପତ୍ର (MoU) ସ୍ଵାକ୍ଷର କରିଥିଲେ । ଏହା ସହଭାଗୀତା ତାଲିମ ପ୍ରଦାନ କରିବା ସହିତ ଉତ୍ପାଦର ବଜାରିକରଣ ସୁଯୋଗ ଏବଂ ପଣସ ଚାଷକୁ ପ୍ରୋତ୍ସାହିତ କରିବ ।

Leave a Reply

Your email address will not be published. Required fields are marked *