କଟକ, ୦୭/୦୭/୨୦୨୫(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (ଉଐଉ)ର ଡାକ୍ତର ଶିବ ପ୍ରସାଦ ସେଠୀ ୧୦,୦୦୦ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗଜିରଫ ହୋଇଛନ୍ତି । ଭିଜିଲାନ୍ସ ନିର୍ଦ୍ଧେଶାଳୟ ରୁ ମିଳିଥିବା ସୂଚନା ଅନୁସାରେ ସେ ଜଣେ ଅଭିଯୋଗକାରୀଙ୍କଠାରୁ ତାଙ୍କ ପତ୍ନୀଙ୍କ ମୃତ ଶରୀରର ପୋଷ୍ଟମର୍ଟମ ରିପୋର୍ଟ ଶୀଘ୍ର ପ୍ରଦାନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗକାରୀଙ୍କ ପତ୍ନୀଙ୍କର ଖାଦ୍ୟ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିଲା । ଡାକ୍ତର ସେଠୀ ତାଙ୍କ ଶରୀରର ପୋଷ୍ଟମର୍ଟମ କରିଥିଲେ।
ଅଭିଯୋଗକାରୀ, ଯିଏ ମୃତା ମହିଳାଙ୍କ ସ୍ୱାମୀ, ବୀମା ଉଦ୍ଦେଶ୍ୟରେ ପୋଷ୍ଟମର୍ଟମ ରିପୋର୍ଟ ଶୀଘ୍ର ପାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ମୃତ୍ୟୁଟି ବିବାହର ୭ ବର୍ଷ ମଧ୍ୟରେ ହୋଇଥିବାରୁ, ଡାକ୍ତର ସେଠୀ ଅନୁକୂଳ ରିପୋର୍ଟ ଶୀଘ୍ର ପ୍ରଦାନ କରିବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଅନ୍ୟ ଉପାୟ ନପାଇ ଅଭିଯୋଗକାରୀ ମୃତା ମହିଳାଙ୍କ ସ୍ୱାମୀ ଏହି ଘଟଣା ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।
ଏହାପରେ, ଭିଜିଲାନ୍ସ ଟିମ୍ ଆଜି କଟକ ମହାନଦୀବିହାରସ୍ଥିତ ଡାକ୍ତର ସେଠୀଙ୍କ କ୍ଲିନିକ୍ରେ ଏକ ଜାଲ ବିଛାଇ ତାଙ୍କୁ ଏବଂ ତାଙ୍କ ରିସେପସନିଷ୍ଟ ସୂର୍ୟ୍ୟ ନାରାୟଣ ଚୌଧୁରୀଙ୍କୁ ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରିଥିଲେ। ସମ୍ପୂର୍ଣ୍ଣ ୧୦,୦୦୦ ଲାଞ୍ଚ ଟଙ୍କା ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରାଯାଇଛି।
୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଶିବ ପ୍ରସାଦ ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହେଲେ
