ଶ୍ରୀ ଶ୍ରୀ ମଉଡମଣୀ ମହାଲକ୍ଷ୍ମୀ ବଡହାଟ ଶୁଭ ମାଟି ଉଠାଣ

ଭୁବନ, ୦୬/୧୦/୨୦୨୬(ଓଡ଼ିଶା ସମାଚାର)- ଶ୍ରୀ ଶ୍ରୀ ମଉଡମଣୀ ମହାଲକ୍ଷ୍ମୀ ବଡହାଟ ପୂଜା କମିଟି ତରଫରୁ ଶୁଭ ମାଟି ଉଠାଣ ହୋଇଛି । ପବିତ୍ର ଦ୍ବିତୀୟା ଓଷା ଅବସରରେ ବଡହାଟ ତରଫରୁ ମା ଲକ୍ଷ୍ମୀଙ୍କର ଶୁଭ ମାଟି ଉଠାଣ ପାଇଁ ବଡ ଧୁମଧାମ୍ ରେ ପାଳିତ ହୋଇଛି । ଭୁବନ ବଡହାଟରୁ ବାଜା , ମାଇକ , ସଙ୍କୀର୍ତ୍ତନ ସହିତ ରୋଷଣୀ ଆରମ୍ଭ ହୋଇ ଗୁଜୁରୀହାଟ ବଡଦାଣ୍ଡ, ବ୍ରାହ୍ମଣୀଦେବୀ, ରାଉତସାହି, ବାଜିଛକ ଦେଇ ମା କାଲୁଣୀ ଦେବୀଙ୍କ ପୀଠରେ ପହଞ୍ଚିଥିଲେ। ରିତିନୀତି ଅନୁସାରେ ପୂଜାପାଠ ଓ ହୋମ କରାଯାଇ ବସୁଧା ପୂଜନ ପରେ ମା ଲକ୍ଷ୍ମୀଙ୍କର ଶୁଭ ମାଟି ଉଠାଣ କରାଯାଇଥିଲା ।

ଚଳିତବର୍ଷ ବଡହାଟର ଶ୍ରୀ ଶ୍ରୀ ମଉଡମଣୀ ମହାଲକ୍ଷ୍ମୀ ପୂଜା କମିଟିର କର୍ତ୍ତା ଭାବରେ ପ୍ରମୋଦ ଗୁରୁ ଏବଂ ବଡହାଟ କଂସାରି ସମାଜର କର୍ତ୍ତା ଭାବରେ ଦିପୁ ସାହୁ ମା ଲକ୍ଷ୍ମୀଙ୍କର ଆଶିର୍ବାଦ ଲୋଡିଛନ୍ତି। ଏହି ଅବସରରେ ବଡହାଟ ଶ୍ରୀ ଶ୍ରୀ ମଉଡମଣୀ ମହାଲକ୍ଷ୍ମୀ ପୂଜା କମିଟିର ସଭାପତି ସୁବ୍ରତ କୁମାର ସାହୁ, କୋଷାଧ୍ୟକ୍ଷ ଅନୁକୁଳ ପୋଥାଳ, ବରିଷ୍ଠ ସଦସ୍ୟ ରଥ ସେଠୀ, ରାମଚନ୍ଦ୍ର ସାହୁ, ମାୟାଧର ସାହୁ, ମାୟାଧର ଗୁରୁ, ଛାୟାକାନ୍ତ ସାହୁ, ମଙ୍ଗୁଳି ସାହୁ, କୃଷ୍ଣଚନ୍ଦ୍ର ବିନ୍ଧାଣୀ, ବିଜୟ ସାହୁ , ଗଦାଧର ବେହେରା ଏବଂ ଦେବେନ୍ଦ୍ର ସାହୁ, ସୋମନାଥ ମହାରଣା, କୃଷ୍ଣଚନ୍ଦ୍ର ସାହୁ, କାଉନସିଲର ନରେନ୍ଦ୍ର ବେହେରା, ବସନ୍ତ ସାହୁ, ଇନ୍ଦ୍ରମଣୀ ପୋଥାଳ, ବିଳାସ ସାମଲ, ଦିବାକର ବେହେରା, ବିଳାସ ଗୁରୁ , ଶୁଶାନ୍ତ ବେହେରା, ବଳରାମ ସାହୁ , ବିନୋଦ ମହାରଣାଙ୍କ ସମେତ ବୁଟୁଲି, ବଣ୍ଟି, ବଳିଆ, ଚଣ୍ଡିଆ, କାଠିଆ, ଚିକୁ, ଧରମା, ପ୍ରମୁଖ ମା ଙ୍କ ମାଟି ଉଠାଣ ଉତ୍ସବରେ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *