ଜିଲା ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ-୨୦୨୬

କେନ୍ଦ୍ରାପଡ଼ା, ୦୬/୧୦/୨୦୨୬ (ଓଡ଼ିଶା ସମାଚାର)- ଜିଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପିଏମଶ୍ରୀ ଇଛାପୁର ହାଇସ୍କୁଲ ପରିସରରେ ଜିଲା ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲା ଶିକ୍ଷାଧିକାରୀ ପବିତ୍ରମୋହନ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଙ୍କଳ୍ପ ଓ ସିଦ୍ଧି ଯୋଗୁଁ ବିଦ୍ୟାଳୟ ର କୁନି କୁନି ପିଲାମାନେ ଆଗକୁ ବଢିବା ପାଇଁ ଏହି ପ୍ରତିଯୋଗିତା ଏକ ସୁଯୋଗ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସେବା ସଙ୍କଳ୍ପ ଅଭିଯାନ ବିକଶିତ ଭାରତର ପିଲାମାନଙ୍କ ପାଇଁ ଏକ ସୁନ୍ଦର ପଦକ୍ଷେପ । ଯାହା ଆମକୁ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଦେବ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରୁ ଅକ୍ଟୋବର ୧୭ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯାଉଛି ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ ପିଲାମାନଙ୍କୁ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ଦେଶ ସେବା କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଅଭିମନୁ୍ୟ ଗୋଛାୟତ ଓ ପ୍ରାକ୍ତନ ଜିଲା ବିଜ୍ଞାନ ପରିଦର୍ଶକ ପିତବାସ ପଣ୍ଡା ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜିଲା ଶିକ୍ଷାଧିକାରୀ ଶ୍ରୀ ବାରିକ ତାଙ୍କ ଅଭିଭାଷଣରେ ପରିଶ୍ରମ,ଶୃଙ୍ଖଳା, ତ୍ୟାଗ ଓ ରାଷ୍ଟ୍ରପ୍ରତି ସମର୍ପିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଥିଲେ । ପଦ ହେଉଛି ଦାୟିତ୍ୱ ସମ୍ମାନ ନୁହେଁ ।

ସେବା ହେଉଛି ସୌଭାଗ୍ୟ । ତେଣୁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିଜର ଦାୟିତ୍ୱ ଓ କର୍ବ୍ୟକୁ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରି ଆଗାମୀ ଭବିଷ୍ୟତମାନଙ୍କୁ ଗଢନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲା ସ୍ତରୀୟ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଇଛାପୁର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ବୀଣାପାଣୀ ଦାଶ ବିଦ୍ୟାଳୟର କେତେକ ସମସ୍ୟା ପ୍ରତି ମୁଖ୍ୟଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅନନ୍ତ କୁମାର ପରିଡା ଅତିଥି ପରିଚୟ, ନିଳାଦ୍ରୀ ପାଇଟାଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନନ୍ତାର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଆଦିକନ୍ଦ ସାହୁ ଛାତ୍ରଛାତ୍ରୀମାନଙ୍କ ସହ ସ୍ୱାଗତ ସଂଗୀତ ଗାନ କରିଥିଲେ । ଜିଲା ବିଜ୍ଞାନ ପରିଦର୍ଶକ ପ୍ରକାଶ କୁମାର ପରିଡା, ଶିକ୍ଷକ ଭାଗିରଥି ମହାନ୍ତି, ଶିବନାରାୟଣ ମହାନ୍ତି, ବିଷ୍ଣୁ ଚରଣ ସ୍ୱାଇଁଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *