ନିଶ୍ଚିନ୍ତକୋଇଲି ୦୬/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଗୋତରା ପଂଚାୟତ ଗାନ୍ଧୀ ଛକରେ ଆମ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ସହଯୋଗ ରେ ମହାତ୍ମା ଗାନ୍ଧୀ ଓ ସନ୍ଥ ଭୀମ ଭୋଇ ସ୍ମୃତି ଚାରଣ ସଭା ପରିପ୍ରେକ୍ଷୀରେ ଦିବ୍ୟାଙ୍ଗ ମାନଙ୍କୁ ଇ ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆମ ସ୍ୱାଭିମାନ ଟ୍ରଷ୍ଟ ର ମୁଖ୍ୟ ପରାମର୍ଶଦାତା ସୁକାନ୍ତ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମହିମା ଧର୍ମ ଗବେଷକ ଡ ଏକାଦଶୀ ପ୍ରଧାନ , ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ କର, ମୁଖ୍ୟ ବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ, ଵିଶିଷ୍ଟ ଅତିଥି ଭାବେ ଶିକ୍ଷାବିତ୍ ତଥା ପ୍ରକୃତି ବନ୍ଧୁ ଅକ୍ଷୟ କୁମାର ଷଡଙ୍ଗୀ, ବରେଣ୍ୟ ଅତିଥି ଭାବେ ଶିକ୍ଷାବିତ୍ ସୁକାନ୍ତ କୁମାର ଷଡଙ୍ଗୀ, ନାଟ୍ୟକାର ଅଭୟ କୁମାର ଦାସ, ଶିକ୍ଷକ ଅକ୍ଷୟ କୁମାର ସାହୁ, କବି ପ୍ରଫୁଲ୍ଲ କୁମାର ସିଂହ, ମନୋଜ କୁମାର ମହାପାତ୍ର, ଧୃବାନନ୍ଦ ଶରଣ,ସମାଜସେବୀ କୁଞ୍ଜବିହାରୀ ମହାପାତ୍ର, କବିୟତ୍ରୀ ସବିତା ଶତପଥୀ, ପ୍ରମୁଖ ଯୋଗଦାନ କରି ଦିବ୍ୟାଙ୍ଗ ବ୍ୟକ୍ତି ଙ୍କ ବିକାଶ ପ୍ରକ୍ରିୟା ରେ ସମାଜ ର ସବୁ ବର୍ଗ ସ୍ୱୀକୃତି ସହ ବାସ୍ତବ ଓ ସକାରାତ୍ମକ ଆଭିମୁଖ୍ୟ ପୋଷଣ କରିବା ପାଇଁ ମତ ପୋଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୧ ଜଣ ଦିବ୍ୟାଙ୍ଗ ଙ୍କୁ ଇ ଟ୍ରାଇ ସାଇକେଲ,୫ ଜଣ ଦିବ୍ୟାଙ୍ଗ ଙ୍କୁ କ୍ରଚ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା ।
ଟ୍ରଷ୍ଟ ର ସମ୍ପାଦକ ତ୍ରିଲୋଚନ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଟ୍ରଷ୍ଟ ର ସଭାପତି ସନ୍ତୋଷ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଟ୍ରଷ୍ଟ ର ଅନ୍ୟତମ ଉପଦେଷ୍ଟା ଉମେଶ ଚନ୍ଦ୍ର ଦାସ, ଟ୍ରଷ୍ଟ ର ସମସ୍ତ ସଦସ୍ୟ,ସ୍ୱେଚ୍ଛାସେବୀ ମାନେ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଶତାଧିକ ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ ଓ ଯୁବ ବର୍ଗ ଉପସ୍ଥିତ ରହିଥିଲେ।
