ନୂତନ ଶନି ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ

ଭୁବନ,୦୧/୦୫/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ଵର ଙ୍କ ପୀଠରେ ଗ୍ରହରାଜ ଶନି ଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ନରହରି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଅତିଥି ଭାବେ ଯୋଗଦେଇ ବ୍ରାହ୍ମଣ ଙ୍କ ମନ୍ତ୍ରଧ୍ଵନି ମଧ୍ୟରେ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ଏଥିରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇଥିଲେ । ନୂତନ ଶନି ମନ୍ଦିର ନିର୍ମାଣରେ ହାରାହାରି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ବର୍ଷ ଅକ୍ଷୟ ତୃତୀୟା ଦିନ ଶୁଭ ଉନ୍ମୋଚନ ( ପ୍ରାଣ ପ୍ରତିଷ୍ଠା) କରାଯିବାକୁ ଲକ୍ଷ୍ୟ ରହିଛି । ଏଥିପାଇଁ ଶ୍ରଦ୍ଧାଳୁ ଭକ୍ତ ତଥା ସମଗ୍ର ଭୁବନ ବାସୀ ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରାଯାଇଛି । ପ୍ରାରମ୍ଭରେ ଶତାଧିକ ମହିଳା କଳସ ଶୋଭାଯାତ୍ରା ରେ ସହର ପରିକ୍ରମା କରି ବୁଦ୍ଧେଶ୍ଵର ପୀଠରେ ପହଞ୍ଚିଥିଲେ ।

Leave a Reply

Your email address will not be published. Required fields are marked *