କଟକ ସଦର ୨୨/୦୫/୨୦୨୫ (ଓଡିଶା ସମାଚାର/ ବିଷ୍ଣୁ ବେହେରା): ଓଡ଼ିଶା ଯାତ୍ରା ଜଗତର ପ୍ରସିଦ୍ଧ ମଞ୍ଚ କଣ୍ଠଶିଳ୍ପୀ ମଞ୍ଜୁ ମଣ୍ଡଳ ଏବେ ଦୁଇଟି ଯାକ କିଡନୀ ହରାଇ କିଡନୀ ପ୍ରତିରୋପଣ ପାଇଁ ସାହାଯ୍ୟ ମାଗୁଥିଵା ପରିପ୍ରେକ୍ଷୀରେ କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ହୁଲିପୁର ଗ୍ରାମର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମା’ଗରାଶୁଣୀ ଡ୍ରାମାଟିକ୍ କ୍ଲଵ୍ ସହିତ ଗରାଶୁଣୀ ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ଅର୍ଥରାଶି ସହାୟତା ଦିଆଯାଇଥିବା ଜଣାଯାଇଛି।
ବଣାଇ ରୁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲକୁ ଡାଇଲସିସ୍ ପାଇଁ ଆସିଥିବା ବେଳେ ମଞ୍ଜୁ ଙ୍କୁ କ୍ଲଵର କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଭେଟି ତାଙ୍କର ଦୃତ ଆରୋଗ୍ୟ କାମନା କରିବା ସହିତ ୨୦ ହଜାର ଟଙ୍କା ର ସହାୟତା ରାଶି ପ୍ରଦାନ କରିଥିଲେ।