ବାଲିଗୁଡ଼ା,୦୬/୧୦/୨୦୨୬(ଓଡ଼ିଶା ସମାଚାର)-ଫାର୍ମର ପ୍ରଡ୍ୟୁସର ଅର୍ଗାନାଇଜେସନ୍ (FPO) ମାନଙ୍କର ଆଇନଗତ ଓ ବୈଧାନିକ ଅନୁପାଳନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ OUAT, ଭୁବନେଶ୍ୱରସ୍ଥିତ Centre of Excellence for FPOs (CoE-FPO) ପକ୍ଷରୁ ଆଭାସୀ ମାଧ୍ୟମରେ ବୈଷୟିକ ପ୍ରଶିକ୍ଷଣ ଓ ଜ୍ଞାନ ବିନିମୟ ଅଧିବେଶନ ଆଜି ଶାନ୍ତି ମୈତ୍ରୀର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
“FPO Compliance Simplified: MCA, ROC, Taxation and Other Statutory Requirements” ଶୀର୍ଷକ ଏହି ଅଧିବେଶନରେ FPO ମାନଙ୍କ ପାଇଁ MCA, ROC, ଟିକସ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ବୈଧାନିକ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ତଥ୍ୟ ଓ ମାର୍ଗଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମଟି OUAT, ଭୁବନେଶ୍ୱରର Directorate of Extension Educationର Conference Hallରୁ ଭର୍ଚୁଆଲ୍ ମାଧ୍ୟମରେ ପରିଚାଳିତ ହୋଇଥିଲା।
ଅଧିବେଶନର ଉଦ୍ଘାଟନୀ ଅଭିଭାଷଣ ଡ଼. ସର୍ବାଣୀ ଦାସ, JDE (Information) ଓ Principal Investigator, Centre of Excellence for FPOs, OUAT ପ୍ରଦାନ କରିଥିବାବେଳେ, ଡ଼. ସୁସନ୍ତ କୁମାର ସ୍ୱାଇଁ, Dean, Extension Education, OUAT ପ୍ରାରମ୍ଭିକ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବୈଷୟିକ ଅଧିବେଶନରେ ଶ୍ରୀ ସୁନୀଲ କୁମାର ଦେଓ, FCS, Partner, S. P. Roy & Associates, Company Secretaries FPO ମାନଙ୍କର MCA, ROC, Taxation ଓ ଅନ୍ୟାନ୍ୟ Statutory Compliance ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏହାପରେ ପ୍ରଶ୍ନୋତ୍ତର ଓ ଆଲୋଚନା ଅଧିବେଶନରେ FPO ପ୍ରତିନିଧିମାନେ ନିଜର ବିଭିନ୍ନ ସମସ୍ୟା ଓ ସନ୍ଦେହ ଉପସ୍ଥାପନ କରି ବିଶେଷଜ୍ଞଙ୍କଠାରୁ ସମାଧାନ ଓ ପରାମର୍ଶ ପାଇଥିଲେ।
ଏହି ଅବସରରେ ଶ୍ରୀ ନାରାୟଣ ବାର , ମୁଖ୍ୟ ବୈଜ୍ଞାନିକ , KVK, ଜି. ଉଦୟଗିରି, କନ୍ଧମାଳ ଉପସ୍ଥିତ ରହିଥିଲେ। ଏଥିସହିତ Gumapadar FPCLର CEO ଶ୍ରୀ ଚନ୍ଦନ କୁମାର ଜେନାଙ୍କ ସହ Gumapadar FPCLର ଅନ୍ୟାନ୍ୟ Board of Directors (BoDs), ଏବଂ Dangesiguda FPCL, Vikash Jyoti FPCL ଓ Negipaheri FPCLର CEO ଓ Board of Directors ମାନେ ଯୋଗଦେଇଥିଲେ।
ଅଧିବେଶନରେ FPO ମାନଙ୍କର ନିୟମିତ ରିଟର୍ଣ୍ଣ ଦାଖଲ, କମ୍ପାନୀ ସମ୍ବନ୍ଧୀୟ ଅନୁପାଳନ, ଟିକସ ଦାୟିତ୍ୱ, ରେକର୍ଡ ସଂରକ୍ଷଣ ଏବଂ ଅନ୍ୟାନ୍ୟ ବୈଧାନିକ କାର୍ଯ୍ୟ ସମୟୋପଯୋଗୀ ଭାବେ ସମ୍ପାଦନ କରିବାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।
ଶେଷରେ ଡ଼. ସନ୍ତୋଷ କୁମାର ସାମନ୍ତରାୟ, Scientist (Extension), KVK Ganjam-I ଏବଂ Co-PI, CoE-FPO, OUAT ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର ଅଧିବେଶନଟି FPO ମାନଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ଓ ଜ୍ଞାନବର୍ଦ୍ଧକ ହୋଇଥିବାବେଳେ, ଏହା FPO ମାନଙ୍କର ପ୍ରଶାସନିକ ଦକ୍ଷତା, ସ୍ୱଚ୍ଛତା ଓ ବୈଧାନିକ ଅନୁପାଳନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରାଯାଇଛି।
