ଜଗତସିଂହପୁର,୦୬/୧୦/୨୦୨୬(ଓଡ଼ିଶା ସମାଚାର)- ୯ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୬ ଅବସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ (DSWO) ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ ‘ପୋଷଣ ପଦଯାତ୍ରା’ (ସଚେତନତା ଶୋଭାଯାତ୍ରା) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାତୃ ଓ ଶିଶୁ ପୋଷଣ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ଟି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ପଡ଼ିଆ ରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା।
ଏହି କାର୍ଯ୍ୟକ୍ରମରେ ତୃଣମୂଳ ସ୍ତରର ଅନେକ ମୁଖ୍ୟ ଅଂଶଗ୍ରହଣକାରୀ ଭାବେ ଅଙ୍ଗନବାଡ଼ି କର୍ମୀ (AWW), ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ସଦସ୍ୟା ଏବଂ କିଶୋରୀ ବାଳିକା ସାମିଲ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), ସଦର ସିଡିପିଓ (CDPO), ଲେଡି ସୁପରଭାଇଜର (LS), DSWO କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ମିଶନ ଶକ୍ତିର DPA ଓ BPC ପ୍ରମୁଖ ଶୋଭାଯାତ୍ରା ରେ ଯୋଗ ଦେଇଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
