ଯାଜପୁରରେ ମାଇଁ ଭାରତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ଯାଜପୁର, ୦୬/୧୦/୨୦୨୬(ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବା ଭାରତ (MY Bharat), ଯାଜପୁର ପକ୍ଷରୁ ୬ ଅକ୍ଟୋବର ୨୦୨୬ରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଯାଜପୁର ଶ୍ରୀ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ MY Bharat ଜିଲ୍ଲା ପରାମର୍ଶଦାତା କମିଟିର ଦ୍ୱିତୀୟ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ପ୍ରଶାସନର ବିଭିନ୍ନ ଲାଇନ୍ ବିଭାଗର ପ୍ରତିନିଧିମାନେ ବୈଠକରେ ଯୋଗଦେଇଥିଲେ। ଜିଲ୍ଲାରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ଯୁବବର୍ଗଙ୍କ ସାର୍ଥକ ଅଂଶଗ୍ରହଣକୁ ବୃଦ୍ଧି କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଜିଲ୍ଲା ଯୁବ ଅଧିକାରୀ, MY Bharat ଯାଜପୁର, ଯିଏ ଜିଲ୍ଲା ପରାମର୍ଶଦାତା କମିଟିର ସଦସ୍ୟ ଆବାହକ, ବୈଠକରେ ବିସ୍ତୃତ ଆଲୋଚନା ପାଇଁ ଏଜେଣ୍ଡା ଉପସ୍ଥାପନ କରିଥିଲେ। କମିଟି ପକ୍ଷରୁ ଜିଲ୍ଲାରେ MY Bharat ଅଧୀନରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟକଳାପର ତ୍ରୈମାସିକ ପ୍ରଗତିର ସମୀକ୍ଷା କରାଯାଇଥିଲା ଏବଂ ତୃଣମୂଳ ସ୍ତରରେ ଯୁବବର୍ଗଙ୍କ ନିକଟରେ ପହଞ୍ଚ ଓ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିବା ପାଇଁ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା।

ବୈଠକର ଏକ ପ୍ରମୁଖ ଆଲୋଚ୍ୟ ବିଷୟ ଥିଲା ଆଗାମୀ ବିକ୍ସିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ (VBYLD) ଏବଂ ଜିଲ୍ଲାସ୍ତରରେ ଏହାର ସାଂସ୍କୃତିକ ଟ୍ରାକ୍ ଆୟୋଜନ। ଯୁବବର୍ଗଙ୍କୁ ପ୍ରଭାବଶାଳୀ ଭାବେ ସାମିଲ କରିବା, ଯୁବ ପ୍ରତିଭାର ଚିହ୍ନଟ ଓ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଏହି ପଦକ୍ଷେପରେ ବ୍ୟାପକ ଯୁବ ଅଂଶଗ୍ରହଣ ପାଇଁ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ସାର୍ଥକ ଯୁବ ସଂପୃକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି, ସମୁଦାୟ ଓ ରାଷ୍ଟ୍ର ଗଠନମୂଳକ କାର୍ଯ୍ୟକଳାପରେ ଯୁବବର୍ଗଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହନ ଏବଂ ମାଇଁ ଭାରତ ର ପଦକ୍ଷେପଗୁଡ଼ିକର ପ୍ରଭାବଶାଳୀ ରୂପାୟନ ପାଇଁ ବିଭିନ୍ନ ବିଭାଗର ସାମୂହିକ ସମ୍ବଳ ଓ ପହଞ୍ଚର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀମାନଙ୍କ ଅଂଶଗ୍ରହଣ ଯୁବକେନ୍ଦ୍ରିକ ପଦକ୍ଷେପଗୁଡ଼ିକୁ ସୁଦୃଢ଼ କରିବା ଏବଂ ଯୁବବର୍ଗଙ୍କୁ ବିକଶିତ ଭାରତର ଲକ୍ଷ୍ୟରେ ଅବଦାନ ରଖିବା ପାଇଁ ସାର୍ଥକ ମଞ୍ଚ ପ୍ରଦାନ କରିବା ଦିଗରେ ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *