ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ଅନୁଲୁଲ୍ୟରେ ସେବା ସଂକଳ୍ପ ଅଭିଯାନ ୨୦୨୬ ଅନୁଷ୍ଠିତ

ଜଗତସିଂହପୁର,୦୬/୧୦/୨୦୨୬(ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସେବା ସଂକଳ୍ପ ଅଭିଯାନ ୨୦୨୬ ପାଳନ କରାଯାଇଛି ।  ଏଥିରେ ସମସ୍ତ ବ୍ଲକ ମାନଙ୍କରୁ ଆସିଥିବା କୃତି ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଉଥିଲା ।

ଉଦଘାଟନୀ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉଦଯାପନୀ ସମାରୋହରେ ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।  ବ୍ଲକ ମାନଙ୍କରୁ କୃତି ପ୍ରତିଯୋଗୀ ମାନଙ୍କର ଏକ ଚିତ୍ରାଙ୍କନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।   ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର ସଭାପତିତ୍ୱ କରିଥିବା ବେଳେ, ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜ୍ୟଶ୍ରୀ ସାହୁ, ଶ୍ରୀ ସୁଶାନ୍ତ ମହାନ୍ତି, ଲକ୍ଷେହିରା ଲବଣ୍ୟବତୀ ବେହେରା, ସମସ୍ତ ବ୍ଲକରେ ଶିକ୍ଷା ଅଧିକାରୀ ଅତିଥି ଭାବରେ ଯୋଗ ଦେଇଥିଲେ ।

 ପଦରାଜ ଉମାକାନ୍ତ ନାୟକ ସଭା ସଂଯୋଜନା କରିଥିବା ବେଳେ, ସଂଯୋଜକ ଶ୍ରୀ ଚନ୍ଦ୍ରଜିତ ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।  ବିକଶିତ ଭାରତ ଓ ପଚିଶ ବର୍ଷର ସେବା ସମ୍ପର୍କରେ ଆଲୋଚନା କରାଯାଇ ଜିଲ୍ଲା ର ଶିକ୍ଷାକୁ ସୁଦୃଢ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା ।  ଶ୍ରୀ ଶରତ ବାରିକ, ଶ୍ରୀ ବିଜୟ ରଥ, ପ୍ରସାନ୍ନ ଭୂୟାଁ, ଓ ଏ ଭି ଓ ସ୍କୁଲର ଚିତ୍ରାଙ୍କନ ଶିକ୍ଷକ, ଅନ୍ୟାନ୍ୟ ପ୍ରଧାନ ଶିକ୍ଷକ ଆଦି ବିଚାରକ ରହିଥିଲେ ।  କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଶିକ୍ଷକ, ଅଭିଭାବକ, ଏସ ଏମ ସି ସଭ୍ୟ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ବାଳିକା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଆଦି ଯୋଗ ଦେଇଥିଲେ ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *