ବାରଙ୍ଗ ବ୍ଲକ ରେ ବାତ୍ୟା ଦାନା ର ସଫଳ ମୁକାବିଲା

ଫୁଲନଖରା, ୨୫/୧୦/୨୦୨୪ (ଓଡ଼ିଶା ସମାଚାର)-ବାରଙ୍ଗ ବ୍ଲକ ବିଡିଓ ଧର୍ମରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ବାରଙ୍ଗ ବ୍ଲକରେ ବାତ୍ୟା ଦାନା ସଫଳତାର ସହ ମୂକାବିଲା କରାଯାଇଅଛି । ବିଡିଓଙ୍କ ନିର୍ଦ୍ଦେଶକ୍ରମେ ୨୪ ଗୋଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ଲୋକମାନଙ୍କୁ ସେଥିରେ ଆଶ୍ରୟ ଦିଆଯାଇଥିଲା  । ୨୩ ତାରିଖ ଠାରୁ ସମସ୍ତ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହଯୋଗ ଓ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ବାତ୍ୟା ଦାନା ବିଷୟରେ ସତର୍କ କରାଯାଇଥିଲା । ଯେଉଁ ଲୋକମାନଙ୍କ ମାଟିଘର ଓ ଆଜବେଷ୍ଟସ ଘରେ ରହୁଥିଲେ ସେମାନଙ୍କୁ ନିକଟସ୍ଥ ବାତ୍ୟା  ଆଶ୍ରୟସ୍ଥଳୀ ରେ ରଖାଯାଇଥିଲା । ୨୩ ତାରିଖ ସଂନ୍ଧ୍ୟାରୁ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ବ୍ଲକର ଆଠ ଗୋଟି ପଞ୍ଚାୟତ ଯଥା କୁରାଙ୍ଗ ପ୍ରଧାନ, କୁରାଙ୍ଗ ଶାସନ, ନଗରୀ, ସାଇଁଶୋ, ହରିଅନ୍ତା, ଉଷୁମା, ଖଲର୍ଦ୍ଧା, କୋରକୋରା ପଞ୍ଚାୟତରେ ନିଜେ ବିଡ଼ିଓ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିବା ସହ ନିଜର ସହକର୍ମୀ ମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ସମସ୍ତ ଆଶ୍ରୟସ୍ଥଳୀରେ ପାନୀୟ ଜଳ ଓ ପରିମଳ ସୁନିଶ୍ଚିତ କରିବାକୁ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ, ସଜ୍ଞା ସାଗରିକା ସ୍ୱାଇଁ, ସ୍ଥାନୀୟ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏବଂ ସ୍ବଛ ଭାରତ ସଂଯୋଜକ ମହେନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ । ସେହିପରି କୁରାଙ୍ଗ ପ୍ରଧାନ ପଞ୍ଚାୟତର ଗୁଳି ଠାରେ ହେଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ରେ ପଞ୍ଚାୟତର ୧୫୦ରୁ ଉର୍ଦ୍ଧ୍ଵ ଲୋକମାନଙ୍କୁ ୨୩ ତାରିଖ ଠାରୁ ରଖାଯାଇ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ପ୍ରଭୁତି ଦିଆଯାଇଥିଲା । ଏହି କେନ୍ଦ୍ରର ଦାୟିତ୍ଵରେ ଆଦିତ୍ୟଙ୍କୁ ଓ ନାରାୟଣ ମିଶ୍ର, ଜୟଶ୍ରୀ ରାଉତ , ରାଜଲକ୍ଷ୍ମୀ ଭୁୟାଁ, କିରଣ କୁମାର ସାହୁ, ସ୍ଥାନୀୟ ସ୍କୁଲର ଶିକ୍ଷକ ସତ୍ୟଜିତ ଦାଶ , ନିମାଇଁ ଚରଣ ସ୍ବାଇଁ, ସମାଜ ସେବୀ ବିଶ୍ବରଞ୍ଜନ ସାହୁ, ସରପଞ୍ଚ ସୁରେଶ କୁମାର ଭୋଇଙ୍କ  ତତ୍ବାବଧାନରେ ହୃଷିକେଶ ଛୋଟରାୟ, ଘନଶ୍ୟାମ ପାତ୍ର, ସନ୍ତୋଷ କୁମାର ପାତ୍ର, ଆଦିତ୍ୟ ଛୋଟରାୟ, ସନାତନ ପାତ୍ର, ନରେନ ମଙ୍ଗରାଜ, କାଞ୍ଚନବାଳା ପାଇକରାୟ ପ୍ରମୁଖ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *