ମଧୁସ୍ମିତା ପାତ୍ରଙ୍କ ମାଉଣ୍ଟ ଲବୁଚେ(୬,୧୧୯ମି) ଶୃଙ୍ଗ ଆରୋହଣ

ଭୁବନେଶ୍ୱର,୧୩/୦୫/୨୦୨୫ (ଓଡ଼ିଶା ସମାଚାର)-  ଗଂଜାମ ଜିଲ୍ଲା, ବିଶ୍ୱନାଥପୁର ପଂଚାୟତ,ଗ୍ରାମ: ମହାଶାୟୀ ପେଣ୍ଠ  ର କନ୍ୟା ବର୍ତ୍ତମାନ  ଗୋଷାଣିନୂଆଗାଁ ,ବ୍ରହ୍ମପୁର ନିବାସୀ ମଧୁସ୍ମିତାପାତ୍ର ନେପାଳର ଆଉଏକ ପର୍ବତ ମାଉଣ୍ଟ ଲବୁଚେ(୬,୧୧୯ମି କୁ ୦୯.୦୫.୨୦୨୫ ସକାଳ ୭.୪୪ମି ରେ ସଫଳତାର ସହ ଆରୋହଣ କରିଛନ୍ତି।

ମଧୁସ୍ମିତା ଗତ ୫ରିଖ  ରେ ନେପାଳର ମାଉଣ୍ଟ ଆଇଲାଣ୍ଡ(୬,୧୬୩ମି) କୁ ସଫଳତାର ସହ ଆରୋହଣ କରିବା ପରେ ଚୁକୁଙ୍ଗ ଏବଂ ପରେ ଲବୁଚେ ବେଶକ୍ୟାମ୍ପ, ଲବୁଚେ ଏଡଭାନ୍ସ କ୍ୟାମ୍ପ ରେ ୮ତାରିଖ ରେ ପହଂଞ୍ଚୀଥିଲେ। ୮ତାରିଖ ମଧ୍ୟ ରାତ୍ରିରେ ମଧୁସ୍ମିତା ଲବୁଚେ ସମିଟ ଅଭିଯାନ ରେ ବାହାରିଥିଲେ।୯ ତାରିଖ ସକାଳ ୭.୪୪ ମିନିଟ ସମୟରେ ରେ ମଧୁସ୍ମିତା ସଫଳତାର ସହ ଲବୁଚେ ଶିଖରରେ ପହଁଞ୍ଚିଥିଲେ।

ଚଳିତ ସିଜନ ରେ ଏହା ମଧୁସ୍ମିତା ଙ୍କର ତୃତୀୟ ଆରୋହଣ ଥିଲା।ପ୍ରଥମେ ୨୯ ଏପ୍ରିଲ ରେ ସେ ମାଉଣ୍ଟ ମୀରା(୬,୪୭୬ମି),ଦ୍ଵିତୀୟ ରେ ମାଉଣ୍ଟ ଆଇଲାଣ୍ଡ (୬,୧୬୩ମି), ଏବଂ ତୃତୀୟ ରେ ମାଉଣ୍ଟ ଲବୁଚେ (୬,୧୧୯ମି)  କୁ ଆରୋହଣ କରି ଓଡିଶା ପର୍ବତାରୋହଣ କ୍ଷେତରେ ଗୌରବ ଅର୍ଜନ କରିଛନ୍ତି। ଏହି ତ୍ରିଶୃଙ୍ଗ ଆରୋହଣ ରୁ ମଧୁସ୍ମଧୁସ୍ମିତା ପର୍ବତରୋହଣ ପାଇଁ ଅତ୍ୟନ୍ତ ଆବଶ୍ୟକ ଧର୍ୟ୍ୟ,ସହନଶୀଳତା, ଏବଂ ଟେକନିକ  ଆଦିର ଅନୁଭୂତି ପରବର୍ତୀ ସମୟରେ ପର୍ବତରୋହଣ ପାଇଁ ସାହାର୍ୟ୍ୟ କରିବା ବୋଲି ତାଙ୍କ ପ୍ରଶିକ୍ଷକ ପର୍ବତରୋହି ନୃସିଂହ ସାହୁ କହିଛନ୍ତି।

ପୂର୍ବ ଯୋଜନା ଅନୁଯାୟୀ ମଧୁସ୍ମିତା ଲବୁଚେ ଆରୋହଣ କରିବା ପରେ ୧୦ତାରିଖ ସକାଳେ ଏଭରେଷ୍ଟ ବେସକ୍ୟାମ୍ପ ରେ ପହଁଞ୍ଚିଥିଲେ। ଏବଂ ସେଠାରେ ଅନ୍ୟ ଏଭରେଷ୍ଟ ଆରୋହଣ କାରୀ ଙ୍କ ସହ ୧୦ ତାରିଖ ମଧ୍ୟ ରାତ୍ରୀରେ ଏଭରେଷ୍ଟ ବେସକ୍ୟାମ୍ପ ରେ  ଏଭରେଷ୍ଟ ଆରୋହଣ ପୂର୍ବରୁ ପୁଜା ଏବଂ ଶେଷ ସମ୍ମିଟ ପୂଶ ର ଆଖିଦେଖା ଅନୁଭୂତି ନେଇ ପରଦିନ ବହାରି ଆସିଥିଲେ।

ସୁଶ୍ରୀ ପାତ୍ର ପୁର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଏବଂ  ଅବସର ପ୍ରାପ୍ତ ଶିକ୍ଷିକା ମାତା ପୁଷ୍ପାଞ୍ଜଳି ଦେବୀ ଙ୍କ କନିଷ୍ଠ କନ୍ୟା ଅଟନ୍ତି। ସୁଶ୍ରୀ ପାତ୍ର ଜଣେ କମ୍ପୁଟର ଇଂଜିନିୟର ଭାବେ TCS chennai ରେ କାର୍ୟ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *