୧୦ରେ ନାମାଙ୍କନ ଭରିବେ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା, ୦୯/୦୫/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୧୦ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା ଶ୍ରୀ ପଣ୍ଡା ବର୍ତମାନ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱରେ ରହିବା ସହିତ ଉତରପ୍ରଦେଶ, ଦିଲ୍ଲୀ ଓ ଆସାମ ଭଳି ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଏଥି ସହିତ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି । ଆଜି ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରା, ଜିଲା ଉପସଭାପତି ସଞ୍ଜୟ ରଥ, ଅଭିମନ୍ୟୁ ଗୋଛାୟତ, ଜିଲା ମିଡିଆ ସେଲ ପ୍ରମୁଖ ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଏ ବିଷୟରେ ସୂଚନା ଦେଇଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ବୈଜୟନ୍ତ ପଣ୍ଡା ସାଂସଦ ଥିବା ସମୟରେ କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ସୁବିଧା ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ଜିଲାର ପାନୀୟ ଜଳ ସମାଧାନ ପାଇଁ ଓଭର ହେଡ ପାଣି ଟାଙ୍କି ନିର୍ମାଣ, ଯୁବକ ମାନଙ୍କ କ୍ରୀଡାର ବିକାଶ ପାଇଁ ମିନି ଷ୍ଟାଡିୟମ୍ ଭଳି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ମାନ କରିଥିଲେ । ସଂସଦୀୟ କ୍ଷେତ୍ରର ବନ୍ୟା , ବାତ୍ୟା ଘରପୋଡି ଭଳି ପ୍ରାକୃତିକ ଦୈବୀ ଦୁର୍ବିପାକ ହେଉ କିମ୍ବା ଦୁର୍ଘଟଣାରେ ମୃତକଙ୍କ ପରିବାର ନିକଟରେ ପହଂଚି ସହାୟତାର ହାତ ବଢାଇଛନ୍ତି ଏବଂ କାର୍ଯ୍ୟ କରୁଥିବା ସମୟରେ ଦେଶ ତଥା ବିଦେଶରେ ଫସି ରହିଥିବା ଯୁବକ ମାନଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବାପାଇଁ ଜିଲା ବାସୀ ଶ୍ରୀ ପଣ୍ଡାଙ୍କ ସହାୟତା ଲୋଡ଼ିଥାନ୍ତି ବୋଲି କହିଥିଲେ ।

Leave a Reply

Your email address will not be published. Required fields are marked *