ପରିବେଶ ସୁରକ୍ଷା ପାଇଁ ଅଶ୍ରୁଖୋଳା ଉନ୍ନୟନ ପରିଷଦ ସମ୍ବର୍ଦ୍ଧିତ

ଗରଦପୁର ,୦୯/୦୪/୨୦୨୬ (ଓଡ଼ିଶା ସମାଚାର)-ଭାରତ ସରକାରଙ୍କ ପରିବେଶ ଓ ଉର୍ଜ୍ଜା ବିକାଶ ସମ୍ପର୍କୀୟ ପରାମର୍ଶଦାତା ବିଶେଷଜ୍ଞ ସମିତିର (ପୂର୍ବାଞ୍ଚଳ)  (CEED INDIA – Eastern Zone) ତରଫରୁ ପରିବେଶ ସୁରକ୍ଷା ପାଇଁ ଅଶ୍ରୁଖୋଳା ଉନ୍ନୟନ ପରିଷଦ କୁ ସ୍ବୀକୃତି ପ୍ରଦାନ କରିବା ସହିତ ଗତ କାଲି  ଆୟୋଜିତ ରାଞ୍ଚି ଅଧିବେଶନର EKAM Dialogues ରେ ପରିଷଦକୁ ସମ୍ବର୍ଦ୍ଧିତ କରାଯାଇଛି। ଏଇ ସଂମ୍ବର୍ଦ୍ଧନା ପତ୍ର ପରିଷଦ ର ପ୍ରତିନିଧି ଶ୍ରୀ ଅଶୋକ କୁମାର ରାଉତ , ଭାରତର ଜଳ ମାନବ (Waterman of India) ଭାବରେ ପରିଚିତ ଡ଼ଃ ରାଜେନ୍ଦ୍ର ସିଂହ ଠାରୁ ଗ୍ରହଣ କରିଥିଲେ।

ପ୍ରକାଶ ଥାଉକି: CEED INDIA ଦ୍ଵାରା ଗତ ମାର୍ଚ୍ଚ ୨୮ତାରିଖରେ ଆୟୋଜିତ ପୂର୍ବଭାରତୀୟ କର୍ମଶାଳା, ଭୁବନେଶ୍ଵରସ୍ଥ ମେ’ଫେୟାର ହୋଟେଲରେ ଅଶ୍ରୁଖୋଳା ବିକାଶ ପରିଷଦର ସଭାପତି ଡ଼ଃ ଅମରେନ୍ଦ୍ର ନାଥ ମହାନ୍ତି ଯୋଗ ଦେଇ ଓଡ଼ିଶାର ଦୀର୍ଘତମ ଯୋର ଅଶ୍ରୁଖୋଳାର ପୁନରୁଦ୍ଧାର ଓ ବିକାଶ ବିଷୟରେ ବିସ୍ତୃତ ବିବରଣୀ ସୂଚନା ଦେବାପରେ ଏହିଭଳି ମହନୀୟ ସାମାଜିକ କାର୍ଯ୍ୟପାଇଁ ଏକ ପ୍ରଦର୍ଶନୀରେ ଫଟୋ ସମ୍ବଳିତ ଲିଖିତ ବିବରଣୀ ଉପସ୍ଥାପନ କରିବାକୁ ଆମନ୍ତ୍ରଣ କରିଥିଲେ।

  —-ଫଟୋରେ ଅଶ୍ରୁଖୋଳା ଉନ୍ନୟନ ପରିଷଦ ର ପ୍ରତିନିଧି ଶ୍ରୀ ଅଶୋକ କୁମାର ରାଉତ ଭାରତର ଜଳ ମାନବ ଡଃ ରାଜେନ୍ଦ୍ର ସିଂ ଠାରୁ ସମ୍ବର୍ଦ୍ଧନା ପତ୍ର ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *