ଭୁବନ,୦୨/୧୦/୨୦୨୬(ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଦୁର୍ଗାପୂଜାରେ ପାରମ୍ପରିକ ଭାବେ ବଳଦ ଯାତ୍ରା ଅନୁଷ୍ଠିତ ହୋଇଥାଏ । ବଳଦ ଯାତ୍ରା ହେଉଛି ଭୁବନ ର ଅନ୍ୟ ଏକ ପରିଚୟ । ଏଥିପାଇଁ ଦୁର୍ଗାପୂଜାର ମାସକ ଆଗରୁ ଯାତ୍ରାରେ ବଳଦ ଆଉ ନତରକିବା ପାଇଁ କୁ ବଳଦ କୁ ସଜେଇ ବାଜା ବଜାଇ ସହର ପରିକ୍ରମା କରାଯାଇଥାଏ ।
ସନ୍ଧ୍ୟା ସମୟରେ ବିଭିନ୍ନ ସାହିରୁ ବଳଦଙ୍କୁ ପ୍ରସ୍ତୁତି କରାଯାଉଥିବା ବେଳେ ନିଆରା ଢଙ୍ଗରେ ଅରାସାହି ତରଫରୁ ଏକ ସୁନ୍ଦର ଉଚ୍ଚ ଓ ହୃଷ୍ଟପୃଷ୍ଟ ବଳଦ କୁ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏଥିରେ ଜଗବନ୍ଧୁ ନାୟକ, କୁନା ନାୟକ,ବସନ୍ତ ସାହୁ,ରାମ ନାୟକ,ରାକେଶ ପୋଥାଳ,ସନ୍ତୋଷ ରାଉଳ,ହରି ନାୟକ,ସୁଶାନ୍ତ ନାୟକ, ଧର୍ମାନନ୍ଦ ପୃଷ୍ଟି ଅଂଶ ଗ୍ରହଣ କରୁଛନ୍ତି ।
