ଘଟଗାଁ ମା ତାରିଣୀ ମନ୍ଦିର ପାଇଁ ଆଉ ୫୦ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩/୬/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନିଜ ଜନ୍ମମାଟି ଅର୍ଥାତ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ସେ ନିଜ ଜନ୍ମମାଟିକୁ ଗସ୍ତ କରିଛନ୍ତି। ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ସେ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଘଟଗାଁ ମା ତାରିଣୀ  ମନ୍ଦିରର ଉନ୍ନତି ପାଇଁ ଆଉ ୫୦ କୋଟି ଘୋଷଣା ଘୋଷଣା କରିଛନ୍ତି । ‘ଏବେ ୫୦ କୋଟିର କାମ ଚାଲିଛି, ଆଉ ୫୦ କୋଟି ମନ୍ଦିରର ସୌନ୍ଦର୍ଯ୍ୟକରଣରେ ଲାଗିବ’। ଏହାସହ ତାରିଣୀ ପୀଠକୁ ଜାତୀୟ ମାନ୍ୟତା ପାଇଁ କେନ୍ଦ୍ରକୁ ଅନୁରୋଧ କରିବୁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ହେଲିପ୍ୟାଡ୍‌ ରେ ପହଞ୍ଚିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ଯାଇ ମା’ ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି । ନିଜେ ଭୋଗ କିଣି ମାଙ୍କ ପାଖରେ ଲାଗି କରିଥିଲେ। ଏହାପରେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦୁଝର ବଳଦେବ ଜୀଉଙ୍କୁ ଦର୍ଶନ କରିବେ। ପରେ କେନ୍ଦୁଝରରେ ରୋଡ୍ ଶୋ’ ଓ ସାଧାରଣ ସଭାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ନିଜ ଗାଁ ରାଇକଳାକୁ ଯିବେ ସିଏମ୍, ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ। ସାଧାରଣ ଜନତାଙ୍କ ସହ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *