ସାଲେପୁର ପ୍ରାଣୀ ଚିକିତ୍ସାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

ସାଲେପୁର,୦୨/୧୦/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ଆଜି ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଗାନ୍ଧୀଜୀଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗାନ୍ଧୀଜୀଙ୍କ ଜୀବନଦର୍ଶନ ସତ୍ୟ, ଅହିଂସା, ଶାନ୍ତି ଓ ସମାନତା ଉପରେ ଆଧାରିତ ଥିଲା। ସେ ସର୍ବଦା ଅହିଂସା ମାର୍ଗରେ ଚାଲିବା ସହ ସମାଜରୁ ଅସମାନତା ଦୂର କରିବାକୁ ଶିକ୍ଷା ଦେଇଥିଲେ !ଗାନ୍ଧୀଜୀଙ୍କ ଆଦର୍ଶ ଆଜିର ସମାଜରେ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ। ତାଙ୍କର ଚିନ୍ତାଧାରା ଓ ମୂଲ୍ୟବୋଧ ଆମକୁ ଏକ ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ଏକତାବଦ୍ଧ ସମାଜ ଗଠନ କରିବା ପାଇଁ ପ୍ରେରଣା ଦିଏ ବୋଲି ମତ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ସାଲେପୁର ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଦୀପକ କୁମାର ସେନାପତି, ପ୍ରାଣୀ ଚିକିତ୍ସା ଅଧିକାରିଣୀ ଡ଼. ମୌସୁମୀ ତରାଇ, କନିଷ୍ଠ ପ୍ରାଣୀଧନ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ବେଉରା, ପ୍ରାଣୀ ଚିକିତ୍ସାଳୟର କର୍ମଚାରୀ ସାଗର କୁମାର ବାରିକ, ଶୁଭମ ସିନ୍ନା, ରଞ୍ଜିତ ସାହୁ, ରାକେଶ ବେହେରାଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *