କାଠଯୋଡ଼ି ନଦୀକୁ ପୋତୁଛି ‘ସ୍ୱର୍ଣ୍ଣ ମଣ୍ଡପ’ ରାଜସ୍ବ ବିଭାଗ ନିରବଦ୍ରଷ୍ଟା

କଟକ ସଦର,୧୬/୧୧/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ନଦୀ ପଠା କିମ୍ବା ନଦୀ ଧାରରେ କୌଣସି ସରକାରୀ ଵା ବେସରକାରୀ ନିର୍ମାଣ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ନିୟମ ବଳବତ୍ତର ଥିବାବେଳେ କଟକ ସଦର ୪୨ ମୌଜା ଅଞ୍ଚଳରେ ତାହା ଧର୍ମକୁ ଆଖି ଠାର ସଦୃଶ ହୋଇଛି। ପ୍ରକାଶ ଯେ ଗୋବିନ୍ଦପୁର ଠାରେ କାଠଯୋଡି ନଦୀ ପଠାରେ ଗଢି ଉଠିଥିବା ଏକ ଘରୋଇ ସ୍ୱର୍ଣ୍ଣ ମଣ୍ଡପ କୁ ପରିବର୍ଦ୍ଧିତ କରାଯାଇ ନଦୀକୁ ବେଆଇନ୍ ଭାବେ ପୋତା ଯାଉଥିବା ଅଭିଯୋଗ ହୋଇଛି।

ଏଥିପ୍ରତି କଟକ ସଦର ତହସିଲ ପ୍ରଶାସନ ସବୁ ଦେଖି ନଦେଖିଲା ପରି ଆଖି ବୁଜି ଦେଇଥିବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ସୂଚନାଯୋଗ୍ୟ ଯେ କିଛି ବର୍ଷ ତଳେ କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଠାରେ ମହାନଦୀ ପଠାରେ ଗଢି ଉଠିଥିବା ଧାର୍ମିକ ହନୁମାନ ବାଟିକାକୁ ଭାଙ୍ଗି ଚୁରମାର କରିଦେଇଥିବା ନଜିର ରହିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *