ବାରବାଟୀ-କଟକ ଓ ଚୌଦ୍ୱାର-କଟକ ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

କଟକ ସଦର,୦୨/୧୦/୨୦୨୬(ଓଡ଼ିଶା ସମାଚାର ବିଷ୍ଣୁ ବେହେରା):ବିଜୁ ଜନତାଦଳ ପକ୍ଷରୁ ରାଜ୍ୟରେ ମାସେ ବ୍ୟାପି ହେବାକୁ ଥିବା ଜନସମ୍ପର୍କ ପଦଯାତ୍ରାକୁ ଆଜି ଶୁକ୍ରବାର ଗାନ୍ଧୀ ଜୟନ୍ତୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର ଠାରେ ଉଦଘାଟନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଵାରଵାଟି-କଟକ ନିର୍ବାଚନ ମଣ୍ଡଳୀରେ ମହାନଗର ନିଗମ ମେୟର ତଥା ରାଜ୍ୟ ବିଜେଡି କୋଷାଧ୍ୟକ୍ଷ ସୁବାସ ସିଂହ ଙ୍କ ନେତୃତ୍ଵରେ ପଦଯାତ୍ରା କରାଯାଇଛି।

ଏଥିରେ ବହୁ କର୍ପୋରେଟର, ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଙ୍କ ସମେତ ମହିଳା ବିଜେଡ଼ି ରାଜ୍ୟ ଉପସଭାପତି ମୀନତି ବେହେରା, ପୂର୍ବତନ ମେୟର ଅନିତା ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ସିଂହ, ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସକିଲ, ଜିଲ୍ଲା ସହର ସଭାପତି ସ୍ୱଦେଶ ଦାଶ ପ୍ରମୁଖ ସାମିଲ ହୋଇଥିଲେ।

ସେହିପରି ଚୌଦ୍ୱାର -କଟକ ନିର୍ବାଚନ ମଣ୍ଡଳୀରେ କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ ଙ୍କ ନେତୃତ୍ଵରେ ପଦଯାତ୍ରା ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶଶିଭୂଷଣ ବେହେରା, ରାଜ୍ୟ ବିଜେଡି ସଂପାଦକ ଚିରଞ୍ଜୟ ସାହୁ ଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *