ସମାଜସେବୀ ରୋହିତ ଜେନାଙ୍କ ପାଇଁ ସ୍ମୃତି ଚାରଣ ସଭା ଓ ତିଳ ତର୍ପଣ

କଟକ ସଦର,୦୨/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ସୁ ସଂଗଠକ ସ୍ୱର୍ଗତ ରୋହିତ କୁମାର ଜେନାଙ୍କ ୫ମ ବାର୍ଷିକ ଶ୍ରାଦ୍ଧ ଅବସରରେ ଆଜି ଶୁକ୍ରବାର ସକାଳେ ରୋହିତ ଜେନା ସ୍ମୃତି କମିଟି ପକ୍ଷରୁ ସଭାପତି ରଜନୀକାନ୍ତ ସାହୁଙ୍କ ତତ୍ୱାବଧାନରେ ପାଇକାରେ ତିଳ ତର୍ପଣ କରାଯାଇଥିଲା।

ଏଥି ସହିତ ସ୍ମୃତି କମିଟି ସଂପାଦକ ତଥା ଆୟତପୁର ସରପଂଚ ରାକେଶ ବେହେରାଙ୍କ ପୌରୋହିତ୍ୟ ଓ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରାଙ୍କ ସଂଯୋଜନାରେ ଦାମୋଦରପୁର ପାଇକା ତଟରେ ଅବସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଆୟତପୁର ପଞ୍ଚାୟତର ସମିତି ସଭ୍ୟ ମାନସୀ ମଲ୍ଲିକ, କନ୍ଦରପୁର ସମିତି ସଭ୍ୟ ସାରଦା ପ୍ରସନ୍ନ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ଭିକାରୀ ଚରଣ ବେହେରା,ଆୟତପୁର ପଞ୍ଚାୟତର ପୂର୍ବତନ ସରପଂଚ ପ୍ରହଲ୍ଲାଦ ଦାସ, ବରିଷ୍ଠ ଆଇନଜୀବୀ ଅଶୋକ କୁମାର ଦାସ,ସମର ବେହେରା,ନିମେଇଶାପୁର ପଞ୍ଚାୟତର ପୂର୍ବତନ ସରପଂଚ ତ୍ରିଲୋଚନ ସ୍ୱାଇଁ, କିଶୋର ସାହୁ,ଉଲ୍ଲାସ ଚନ୍ଦ୍ର ହାତୀ, ସନ୍ତୋଷ ଜେନା କଲାମ୍ ଖାଁ,ଗୁରୁପଦ ସେଠୀ, ବଳରାମ ଦାସ ପ୍ରମୁଖ ବହୁ ରୋହିତ ପ୍ରେମୀ ଯୋଗ ଦେଇ ତାଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *